spot_img

ଇଣ୍ଡିଗୋ ଉପରେ କରୋନା ପ୍ରଭାବ, ବରିଷ୍ଠ କର୍ମଚାରୀଙ୍କୁ ୩୫ ପ୍ରତିଶତ କମ୍ ଦରମା

ନୂଆଦିଲ୍ଲୀ: ମହାମାରୀ କରୋନା ଭାରତର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି । ଦେଶର ବିମାନ ସେବା ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିବା ଜଣାପଡିଛି । ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ମଧ୍ୟ ଖୁବ୍ କ୍ଷତି ସହୁଛି । ଏବେ ଇଣ୍ଟିଗୋର କର୍ମଚାରୀମାନଙ୍କ ଦରମା ୩୫ ପ୍ରତିଶତ କଟିବ ବୋଲି ସୂଚନା ମିଳିଛି । ମେ ମାସ ପରଠାରୁ କମ୍ପାନୀ ନିଜ ବରିଷ୍ଠ କର୍ମଚାରୀମାନଙ୍କୁ ୨୫ ପ୍ରତିଶତ ଦରମା କମ୍ କରି ଦେଉଛି । ମହାମାରୀ ପାଇଁ କମ୍ପାନୀରେ ଦେଖାଦେଇଥିବା ଆର୍ଥିକ ସଂକଟକୁ ସମାଧାନ କରିବା ପାଇଁ ଏପରି ନିଷ୍ପତ୍ତ୍ି ଗ୍ରହଣ କରାଯାଇଥିବା ଜଣାପଡିଛି ।
ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଇମେଲ ଜରିଆରେ କର୍ମଚାରୀମାନଙ୍କୁ ଏନେଇ ସୂଚନା ଦେଇଛନ୍ତି । ମୁଁ ମୋ ନିଜ ଦରମାରୁ ୩୫ ପ୍ରତିଶତ କାଟୁଥିବା ବେଳେ ସମସ୍ତ ବରିଷ୍ଠ କର୍ମଚାରୀ ଏବଂ ମୋ ଉପର ଅଧିକାରୀ ମାନଙ୍କୁ ନିଜ ଦରମାରୁ ୩୦ ପ୍ରତିଶତ କାଟିବା ପାଇଁ କହୁଅଛି । ସମସ୍ତ ପାଇଲଟମାନଙ୍କର ଦରମା କାଟିବାକୁ ୨୮ ପ୍ରତିଶତକୁ ବଢାଇ ଦିଆଯାଇଛି । ସେପଟେ ସମସ୍ତ ଉପାଧ୍ୟକ୍ଷଙ୍କ ଦରମା ୨୫ ପ୍ରତିଶତ କଟାଯିବା ବେଳେ ସାହାର୍ଯ୍ୟକାରୀ ଉପାଧ୍ୟକ୍ଷଙ୍କ ବେତନ ୧୫ ପ୍ରତିଶତ କଟାଯିବ । ଏହି ନିୟମ ସେପଟେମ୍ବରରୁ ଲାଗୁ ହେବ । ଏହା ପୂର୍ବରୁ ସମସ୍ତ ବରିଷ୍ଠ କର୍ମଚାରୀମାନଙ୍କ ଦରମା ଉପରେ ୨୦ ପ୍ରତିଶତ, ଉପାଧ୍ୟକ୍ଷ ମାନଙ୍କ ର୧୫ ପ୍ରତିଶତ ଏବଂ ସମସ୍ତ ସାହାର୍ଯ୍ୟକାରୀ ଉପାଧ୍ୟକ୍ଷ ମାନଙ୍କ ଦରମା ୧୦ ପ୍ରତିଶତ କଟାଯାଉଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular