spot_img

ରାଜ୍ୟ ସଭାରୁ ବିଦାୟ ନେଲେ ଗୁଲାମ ନବୀ

ନୂଆଦିଲ୍ଲୀ: ରାଜ୍ୟସଭାରୁ ବିଦାୟ ନେଉଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ । ଗୃହରେ ଦିଆଯାଉଛି ବିଦାୟୀ ଭାଷଣ । ପୁଣି ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଲାମନବୀ ଆଜାଦଙ୍କ ବିଦାୟକାଳୀନ ଦିବସରେ ନିଜର ବାର୍ତ୍ତା ପ୍ରେରଣ କରିଛନ୍ତି ମୋଦି । ଆଉ ଏହି ବାର୍ତ୍ତା କେବଳ ବିଦାୟର ନଥିଲା ବଂର ଏହା ଥିଲା ଭାବପୂର୍ଣ୍ଣ ବାର୍ତ୍ତା । ଯେଉଁଥିରେ ଭାବବିହ୍ବଳ ହୋଇପଡିବା ସହ ନିଜର ଅଶ୍ରୁକୁ ସମ୍ବରଣ କରିପାରିନଥିଲେ ପ୍ରଧାନମନ୍ତ୍ରୀ । ଗୁଲମ ନବୀ ଆଜାଦଙ୍କ ଅନେକ ଘଟଣାକୁ ସଂସଦରେ ମନେ ପକାଇଥିଲେ ମୋଦି । ପରିବାର ମୁଖିଆ ଭାବେ ଆଜାଦ ନିଜର ଦାୟିତ୍ୱ ତୁଲାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ସରକାରରେ ରୁହନ୍ତୁ ଅବା ବିପକ୍ଷରେ । ସର୍ବଦା ଦେଶ ପାଇଁ କରିଯାଇଥିବା କାର୍ୟ୍ୟ ତାଙ୍କୁ ଗୃହ ମନେପକାଇବ । ସେହିପରି କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଗୁଲାମନବୀଙ୍କ ଭୂମିକାକୁ ଗୃହରେ ସ୍ମୃତି ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular