ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ଼ ଦୁର୍ଘଟଣା। ପୁରୁଣା ଦିଲ୍ଲୀର ସରଦ ବଜାରସ୍ଥିତ ଏକ ଘର ଭୁଷୁଡ଼ି ୫ ଜଣ ଦବିଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାରକରିଛି। ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ସୂଚନା ମୁତାବକ ଏହି ଦୁର୍ଘଟଣା ସାଦର ବଜାରର କୁରେଶି ନଗରର ଚାର୍କି ଗାଲିରେ ଘଟିଛି। ସକାଳ ୧୦.୩୦ ରେ ଏହି ଦୁର୍ଘଟଣା ଘଟିଛି। ଏଥି ସହିତ ରବିବାର ଦିନ ଦିଲ୍ଲୀର ଓଖଳା ଫେଜ-୨ ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ନଜରକୁ ଆସିଛି। ଏହା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ଏହି ଅଗ୍ନିକୈାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହା ବହୁ ଦୂରରୁ ବି ସ୍ପଷ୍ଟ ଦେଖାଯାଉଥିଲା। ପରେ ସ୍ଥାନୀୟ ଲୋକ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ପାଖାପାଖି ୨୭ଟି ଦମକଳ ଗାଡ଼ି ଏହି ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ହୋଇଥିଲା । ଏ ପର୍ୟ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତକରୁଛି । ତେବେ ଘଟଣାରେ କେହେି ମୃତାହତ ହେବାର ଖବର ମିଳିନାହିଁ ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 0