spot_img

ସାଇବର ହେଲପ ଡେସ୍କର ରିପୋର୍ଟ : ମାସକରେ ୧ କୋଟି ୪୦ ଲକ୍ଷରୁ ଅଧିକ ଲୁଟ

ଭୁବନେଶ୍ୱର: ସାଇବର ହେଲପ ଡେସ୍କର ମାସିକ ରିପୋର୍ଟର ସମୀକ୍ଷା କଲେ ପୋଲିସ କମିଶନର । ଗୋଟିଏ ମାସରେ ସାଇବର ଡେସ୍କକୁ ମୋଟ ୧୨୦୭ଟି କଲ ଆସିଛି । ଭୁବନେଶ୍ୱରରୁ ୩୬୮ ଟି କଲ । ଭୁବନେଶ୍ୱର ବାହାରୁ ବଳକା ୮୩୯ଟି କଲ ଆସିଛି । ଭୁବନେଶ୍ୱରରେ ୨୨୯ କଲ୍ ଠକେଇ ସମ୍ପର୍କୀତ କଲ୍ । ମାସକରେ ଏକ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକିଛନ୍ତି ସାଇବର ଠକ । ଏକ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ମଧ୍ୟରୁ ଭୁବନେଶ୍ୱରରେ ୫୨ ଲକ୍ଷ ୧୬ ହଜାର୪୮୩ ଟଙ୍କା ଠକେଇ ପରିମାଣ ରହିଛି । ବଳକା ୮୮ ଲକ୍ଷ ୩୮ ହଜାର ୪୬୧ ଟଙ୍କା ଅନ୍ୟ ଜିଲ୍ଲାରୁ ଠକେଇ ହୋଇଛି । ସାଇବର ଠକ ଠାରୁ ପୋଲିସ ୭ ଲକ୍ଷ ୧୯ ହଜାର ୭୧୧ ଟଙ୍କା ଫେରାଇ ଆଣିଛି । ସାଧାରଣତଃ ୩ ପ୍ରକାର ଠକେଇ ଅଧିକ ହେଉଛି । ୟୁପିଆଇ ଠକେଇ- ୨୮୯, କ୍ରେଡିଟ ଓ ଡେବିଟ କାର୍ଡରୁ ୪୬ ଓ ଅନ୍ୟାନ୍ୟ କଲ ୮୭୨ ଟି ଠକେଇ କଲ ଆସିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular