spot_img

ରାଜ୍ୟସଭାରେ କୋଷ୍ଟାଲ ହାଇୱେ ନେଇ ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା

କୋଷ୍ଟାଲ ହାଇୱେ ନେଇ ରାଜ୍ୟସଭାରେ ଅଣ ତାରକାଙ୍କ ପ୍ରଶ୍ନରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । କହିଛନ୍ତି, ସେ ପ୍ରଥମରୁ ଯେଉଁ ସନେ୍ଦହ କରିଥିଲେ ତାହା ସ୍ପଷ୍ଟ ହୋଇଛି । ୪୩୫ କିଲୋମିଟରର ଉପକୂଳ ହାଇୱେ ଗୋପାଳପୁରରୁ ଦୀଘା ଯିବା କଥା ସେଥିରୁ ୫୦ କିଲୋମିଟର ହ୍ରାସ ପାଇ ୩୮୨ କିଲୋମିଟର ହୋଇଛି । କୋଷ୍ଟାଲ ହାଇୱେ ଓଡିଶାର ଭାଗ୍ୟ ଭବିଷ୍ୟତ । ଏହାକୁ ରାଜନୀତିକରଣ କରାନଯାଉ । ସମସ୍ତେ ଏନେଇ ଆଲୋଚନା କରି ସମ୍ମିଳିନ ସ୍ୱର ଉଠାଇବା ଦରକାର । କେନ୍ଦ୍ର ସରକାର ଏନେଇ ପୁର୍ନବିଚାର କରନ୍ତୁ । ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ବି ଗଡକରୀଙ୍କ ଏଭଳି ନିଷ୍ପତି ନେଇ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି ସଂଜୟ ଦାସବର୍ମା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular