ନୂଆଦିଲ୍ଲୀ: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ ଯୋଗେ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ମଧ୍ୟ ଭାରତ ଆସିବାକୁ ମୋଦୀ ନିମନ୍ତ୍ରଣ କରିଛନ୍ତି। ଏକ ଟ୍ବିଟ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କ ସହ ଫୋନରେ କଥା ହୋଇଥିବା କଥା ସୂଚନା ଦେଇଛନ୍ତି। ମୋଦୀ ବାଇଡେନଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରିବା ସହ ତାଙ୍କ ସହ ଅନେକ ଗୁଡ଼ାଏ ପ୍ରସଂଗରେ ମଧ୍ୟ କଥା ହୋଇଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ କେତେକ ଆଞ୍ଚଳିକ ପ୍ରସଙ୍ଗ ଏବଂ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ଉପରେ ଆଲୋଚନା କରିଛନ୍ତି। ଜଳବାୟୁ ପରିବର୍ତ୍ତନ ବିରୋଧରେ ଉଭୟ ଦେଶ ପରସ୍ପରିକ ସହଯୋଗ ଆଗକୁ ବଢ଼ାଇବାକୁ ମଧ୍ୟ ସହମତି ପ୍ରକାଶ ପାଇଛି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0