spot_img

ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ,୨୨୭ ରନରେ ଜିତିଲା ଇଂଲଣ୍ଡ

ଚେନ୍ନାଇ: ଚେନ୍ନାଇରେ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଏହି ମ୍ୟାଚରେ ଭାରତଠାରୁ ଇଂଲଣ୍ଡ ୨୨୭ ରନରେ ବିଜୟଲାଭ କରିଛି । ଫଳରେ ଦୀର୍ଘ ୪ ବର୍ଷ ପରେ ଭାରତ ଘରୋଇ ମାଟିରେ ଟେଷ୍ଟ ମ୍ୟାଚ ହାରିଛି । ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୭ରେ ଟେଷ୍ଟ ମ୍ୟାଚରେ ପରାଜିତ ହୋଇଥିଲା । ଏହି ମ୍ୟାଚରେ ଭାରତକୁ ୪୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ ଦଳ । ହେଲେ ଟିମ ଇଣ୍ଡିଆ ଏହାକୁ ପୂରଣ କରିବାରେ ଅସଫଳ ହୋଇଥିଲେ । ବିରାଟ କୋହଲି ଓ ରିଷବ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୯୨ ରନରେ ଅଲଆଉଟ ହୋଇ ଯାଇଥିଲା । ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡ ଦମଦାର ପାଳି ଖେଳିଥିଲା । ଜୋ ରୁଟଙ୍କ ଦମଦାର ଦ୍ୱିଶତକ ବଳରେ ଇଂଲଣ୍ଡ ୫୭୮ ରନର ବିଶାଳ ସ୍କୋର ଛିଡା କରିଥିଲା । ହେଲେ ଭାରତ ତାର ପ୍ରଥମ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ପନ୍ତଙ୍କ ୯୧, ୱାସିଂଟନ ସୁନ୍ଦରଙ୍କ ୮୫ ଓ ପୂଜାରାଙ୍କ ୭୩ ରନ ବଳରେ ଭାରତ ୩୩୭ ରନ କରିଥିଲା । ହେଲେ ଦ୍ୱିତୀୟ ଇଂନିସରେ ଇଂଲଣ୍ଡକୁ ଅଟକାଇବାରେ ସଫଳ ହୋଇଥିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଦମଦାର ବୋଲିଂରେ ୧୭୮ ରନରେ ପାଭିଲିୟନ ଫେରିଯାଇଥିଲା ଇଂଲଣ୍ଡ ଦଳ । ଏହି ମ୍ୟାଚରେ ଅଶ୍ୱିନୀ ୬ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular