spot_img

ଦେଶରେ ବଢ଼ିଛି, କିନ୍ତୁ ୪ବର୍ଷ ପରେବି ଓଡ଼ିଶାରେ ଅପରିବର୍ତ୍ତିତ ବ୍ୟାଘ୍ରଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବାଘ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏହି ସଂଖ୍ୟା ଅପରିବର୍ତ୍ତିତ ରହିଛି । ଓଡ଼ିଶାରେ ଏବେ ୨୮ଟି ବାଘ ରହିଛନ୍ତି । ତେବେ ୨୦୧୮/୧୯ ରେ ବାଘ ଗଣନା ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ । ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିବା ବେଳେ ୨୦୧୦କୁ ଏହା ୩୨କୁ ଖସି ଆସିଥିଲା । ସେପଟେ ଦେଶରେ ଏବେ ବାଘ ସଂଖ୍ୟା ୨୯୬୭ । କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜଭଡ଼େକର ଆଜି ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି ।

tiger3

୨୦୧୪ରେ ଦେଶରେ ବାଘ ସଂଖ୍ୟା ଥିଲା ୨୨୨୬। ତେଣୁ ଏବେ ସଂଖ୍ୟାରେ ୭୪୧ ଟି ବାଘ ସଂଖ୍ୟା ବୃଦ୍ଧି ପାଇଛି ବା ୩୩ ପ୍ରତିଶତ ବଢ଼ିଛି। ଦେଶରେ ଏବେ ସର୍ବାଧିକ ବାଘ ମଧ୍ୟପ୍ରଦେଶରେ ୫୨୬, କର୍ଣ୍ଣାଟକରେ ୫୨୪ଟି ବାଘ ରହିଛି, ଉତ୍ତରାଖଣ୍ଡରେ ୪୪୨, ମହାରାଷ୍ଟ୍ରରେ ୩୧୨ଟି , ତାମିଲନାଡୁ ୨୬୪ଟି ବାଘ ରହିଛନ୍ତି। ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଠାରେ ୨୦୧୪ରେ ୩୦୮ରୁ ୨୦୧୮/୧୯ ରେ ୫୨୬କୁ ବୃଦ୍ଧି ପାଇଛି।

tiger2

ସେହିପରି ମହାରାଷ୍ଟ୍ରରେ୨୦୧୪ରେ ୧୯୦ଟି ବାଘ ଥିବା ବେଳେ ୨୦୧୮/୧୯ ବାଘ ଗଣନାରେ ୩୧୨ରେ ପହଞ୍ଚିଛି। ଦେଶରେ ବାଘ ସଂଖ୍ୟା ବୃଦ୍ଧିକୁ ନେଇ ମନ୍ତ୍ରୀ ପ୍ରକାଶ ଜଭଡେକର ଖୁସି ବ୍ୟକ୍ତ କରିଛନ୍ତି। ମାତ୍ର ୧୨ ବର୍ଷରେ ଦେଶରେ ବାଘ ସଂଖ୍ୟା ୨ ଗୁଣାରୁ ଅଧିକ ହୋଇଛି। ୨୦୦୬ରେ ୧୪୧୧ ବାଘ ଥିବା ବେଳେ ୨୦୧୮/୧୯ରେ ବାଘ ସଂଖ୍ୟା ୨୯୬୭ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular