ଏଥର ହରିଦ୍ୱାରରେ ହେବାକୁ ଯାଉଛି ସବୁଠାରୁ ବଡ ଧାର୍ମିକ ମେଳା ମହାକୁମ୍ଭ ମେଳା । ମହାକୁମ୍ଭକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କୁମ୍ଭରେ ପବିତ୍ର ସ୍ନାନ କରିବେ। କିନ୍ତୁ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଅସୁବିଧା ସାମ୍ନା କରିବାକୁ ପଡିପାରେ। ହରିଦ୍ୱାର ଜିଲ୍ଲା ପ୍ରଶାସନ ପାଖାପାଖି ୩ ହଜାର ହୋଟେଲକୁ କୋଭିଡ କେୟାର ସେଣ୍ଟର କରିବାକୁ ଚିହ୍ନଟ କରିଛି। ସେଥିପାଇଁ ଶ୍ରଦ୍ଧାଳୁଙ୍କୁ ହୋଟେଲ ବୁକିଂରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଦିନେ ଦୁଇ ଦିନ ଭିତରେ ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟରର ଅଧିଗ୍ରହଣ ନେଇ ସୂଚନା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ହୋଟେଲ ବ୍ୟବସାୟୀ ଚିନ୍ତିତ ହୋଇପଡିଛନ୍ତି। କରୋନା ଯୋଗୁଁ କୁମ୍ଭ ମେଳାରେ ବିଶେଷ ବ୍ୟବସ୍ଥା କରାଯାଉଛି। ତେବେ ସରକାର ଏବେ ଯାଏଁ କୌଣସି ନୋଟିଫିକେସନ ଜାରି କରିନାହାନ୍ତି। କିନ୍ତୁ କୁମ୍ଭ ମେଳାକୁ ନେଇ ପ୍ରଶାସନ ବଡ ସ୍ଥରରେ ପ୍ରସ୍ତୁତି କରୁଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0