ହାଟଡିହୀ : ରକ୍ତ ହିଁ ଜୀବନ ଜୀଵନ ହିଁ ରକ୍ତ ଏହାର ମହତ୍ୱକୁ ଉପଲବ୍ଧି କରି ଅଗ୍ରଣୀ ସ୍ବେଛାସେବୀ ସଂଘ ଶୈଳବାଳା ଦାତବ୍ୟ ନ୍ୟାସ , ବାବା ଧବଳେଶ୍ୱର ଯୁବକ ସଂଘ ଶଙ୍ଖୋ ଓ ଆମ ଓଡିଶା ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶଙ୍ଖୋ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ସଂଯୋଜକ କିଶୋର ଆଚର୍ଯ୍ୟ, ଶୈଳବାଳା ଫାଉଣ୍ଡେସନର ସଭାପତି ରାଜୀବ ନାୟକ, ଓ ବାବା ଧବଳେଶ୍ୱର ଯୁବକ ସଂଘର ସଭାପତି ଶାନ୍ତନୁ କୁମାର ବେଦାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ହାଟଡିହି ଅଞ୍ଚଳର ସର୍ବାଧିକ ରକ୍ତଦାତା ତଥା ସାମାଜିକ କର୍ମୀ ଶରତ କୁମାର ପାତ୍ର , ରକ୍ତ ଭଣ୍ଡାରର ଡାକ୍ତର ବିଘ୍ନେଶ କୁମାର ଦାସ ଓ ଛାତ୍ର ନେତା ତଥା ଆଞ୍ଚଳିକ ମହାବିଦ୍ୟାଳୟ ପୂର୍ବତନ ସଭାପତି ଉମାକାନ୍ତ ପଣ୍ଡା ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଶିବିରରୁ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ହାଟଡିହି ବ୍ଲକ ସଡଙ୍ଗା ଗ୍ରାମର ଅନନ୍ୟ ବ୍ୟକ୍ତିତ୍ୱ ତଥା ୧୨୦ଥର ରକ୍ତଦାନ କରି ନିଆରା ଉଦାହରଣ ସୃଷ୍ଟି କରିଥିବା ଶରତ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ୧୯୯୪ ମସିହାରୁ ୧୮ବର୍ଷ ବୟସରୁ ଏହି ରକ୍ତଦାନ କରିଆସୁଛନ୍ତି । ଏଥିପାଇଁ ପୁର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଶଙ୍ଖୋ ଧବଳେଶ୍ୱର ସ୍କୁଲ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସେ ୧୨୦ତମ ରକ୍ତଦାନ କରିଥିଲେ । ସେ ରକ୍ତଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିଆସିଛନ୍ତି । ତାଙ୍କ ଅନୁଭୁତିରୁ ସେ କୁହନ୍ତି ଯେ ସେ ୧୮ବର୍ଷ ବୟସରେ ହୋଇଥିବାବେଳେ ଜଣେ ସମ୍ପର୍କୀୟଙ୍କୁ ନେଇ କଟକ ବଡ ଡାକ୍ତରଖାନାକୁ ଯାଇଥିବାବେଳେ ସେଠାରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନା ଆସିଥିବା ଜଣେ ରୋଗୀଙ୍କର ରକ୍ତ ଆବଶ୍ୟକ ପଡିଥିଲା | ସେ ପ୍ରଥମ ଥର ପାଇଁ ସାହାସ ସଞ୍ଚୟ କରି ଅବିଳମ୍ବେ ରକ୍ତଦାନ କରିଥିଲେ। ସେହିଦିନ ଠାରୁ ସେ ଆଉ ପଛକୁ ଫେରି ନାହାନ୍ତି । ଯେଉଁଠି ଯେତେବେଳେ ଯାହାର ରକ୍ତର ଆବଶ୍ୟକତା ପଡେ ସେ ଖବର ପାଇବା ମାତ୍ରେ ପହଞ୍ଚିଥାନ୍ତି । ଏଥିପାଇଁ ତାଙ୍କୁ ବହୁତ ଖୁସିଲାଗେ ଓ ଚରମ ଆନନ୍ଦ ପାଇଥାନ୍ତି ବୋଲି କହିଛନ୍ତି । ରକ୍ତଦାନ ମହତ ଦାନ ଓ ରକ୍ତର ବିକଳ୍ପ କିଛି ନାହିଁ ଏହା ସେ ମର୍ମେ ମର୍ମେ ଅନୁଭବ କରିବା ସହିତ ଆଜିର ଯୁବପିଢ଼ୀମାନେ ରକ୍ତଦାନ ଭଳି ମହତ କାମ କରିବାକୂୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ତାଙ୍କର ଏପରି ବିରଳ କୃତ୍ତିତ୍ୱ ପାଇଁ ଶୈଳବାଳା ଦାତବ୍ୟ ନ୍ୟାସ ପକ୍ଷରୁ ତାଙ୍କୁ ରକ୍ତବୀର ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ବିଘ୍ନେଶ କୁମାର ଦାସ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଛାତ୍ରନେତା ଉମାକାନ୍ତ ପଣ୍ଡା, ଶୈଳାବାଳା ଦାତବ୍ୟ ନ୍ୟାସ ର ସଭାପତି ରାଜୀବ ନାୟକ ପ୍ରମୁଖ ତାଙ୍କୁ ଉତ୍ତରୀୟ , ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଡାକ୍ତର ବିଘ୍ନେଶ କୁମାର ଦାସ, ଏଲ.ଟି ବସନ୍ତ କୁମାର ନାୟକ, ଷ୍ଟାଫନର୍ସ ସ୍ୱାଗତିକା ମହାନ୍ତ, ଆସିଷ୍ଟାଣ୍ଟ ଅଶୋକ ସୁର, ନୀଳମାଧବ ମୁଖୀ, ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସମାଜିକ କର୍ମୀ ତଥା ହାଟଡିହି ଅଞ୍ଚଳର ସର୍ବାଧିକ ରକ୍ତଦାତା ଶରତ କୁମାର ପାତ୍ର, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ଆମ୍ବୋ ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ଦାସ, ସମ୍ବାଦିକ ଦେବବ୍ରତ ବେହେରା, ଅଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ଶିବରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ଶରତ କୁମାର ପାତ୍ର, ମୃତ୍ୟୁଞ୍ଜୟ ସେଠୀ, ମନୋଜ କୁମାର ବନ୍ଧ, ମହେଶ୍ୱର ସେଠୀ, ଜିତେନ୍ଦ୍ର ରାଉତ, ଶାନ୍ତନୁ କୁମାର ବେଦାନ୍ତ, ରତ୍ନାକର ବାରିକ, ଅରୁପାନନ୍ଦ ବେହେରା, ରଞ୍ଜନ କୁମାର ଜେନା, ଧୁସାଶାନ ବେହେରା, ମଣିଚରଣ ଜେନା, ସୁମନ୍ତ କୁମାର ଜେନା, ସୌମ୍ୟ ରଞ୍ଜନ ପହି, ଲଲାଟେନ୍ଦୁ ନାୟକ, ଦେବାଶିଷ ପହି, ଶଙ୍କର୍ଶଣ ଜେନା, ବିଶ୍ୱରଞ୍ଜନ ପଳତା, ଜ୍ଞାନ ରଞ୍ଜନ ମହାନ୍ତି, ଦେବାଶିଷ ବେଦାନ୍ତ, ଦୀନବନ୍ଧୁ ପଳତା, ଡମ୍ବରୁଧର ଓଝା, ରଞ୍ଜନ କୁମାର ପାତ୍ର, ମନୋରଞ୍ଜନ ଓଝା, ଉମାକାନ୍ତ ଶଙ୍ଖୁଆ, ତପନ କୁମାର ମହାକୁଡ, ଅଦୈତ କୁମାର ମହାପାତ୍ର, ପଦ୍ମନାଭ ନାୟକ, ସରୋଜ କୁମାର ନାୟକ, ପ୍ରଭାତ କୁମାର ପାତ୍ର,ରାଜକିଶୋର ସାହୁ, ରାଜୀବ କୁମାର ନାୟକ, ନିମାଇଁ ଚରଣ ଜେନା, ମନୋରଞ୍ଜନ ଦାସ, ରଙ୍ଗାଧର ଦାସ, ପ୍ରକାଶ କୁମାର ଜେନା, ଭକ୍ତ ଚରଣ ଜେନା ପ୍ରମୁଖ ରକ୍ତଦାନ କରିଥିଲେ । କମଳ କୁମାର ସା, ଶଶାଙ୍କ ଶେଖର ସେନାପତି, ବସନ୍ତ ନାୟକ, ସଞ୍ଜିବ ନାୟକ, ଶ୍ରୀଧର ସା, ପ୍ରଭାତ ପାତ୍ର, ସରୋଜ ନାୟକ, ନବକିଶୋର ରାଉତ, ମନୋରଞ୍ଜନ ଦାସ, କାହ୍ନୁ ଚରଣ ଜେନା, କଳ୍ପତରୁ ଦାସ, ଅକ୍ଷୟ ବେହେରା, ନିମାଇଁ ଜେନା, ମନ୍ମଥ ବେଦାନ୍ତ ପ୍ରମୁଖ ଶିବର ପରିଚାଳନାରେ ସହଯୋଗ କରିଥିଲେ | ଗ୍ରାମାଞ୍ଚଳରେ ଏଭଳି ନିଆରା କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଛି |



Visitors Today : 3
Total Visitors : 130166
Total Views : 9891611
Visitors Online Now : 0