spot_img

ବୁଧବାରଠୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଖୋଲିବ ଯୁକ୍ତ ୩ ଦ୍ବିତୀୟ ବର୍ଷ ଏବଂ ପିଜିର ପ୍ରଥମ ବର୍ଷ । କୋଭିଡ ଗାଇଡ ଲାଇନ ଅନୁସାରେ କ୍ଲାସ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନେ ଯେମିତି ଠିକ ସେ ହଷ୍ଟେଲରେ ରହିବେ, ମାସ୍କ ପିନ୍ଧିବେ, ହାତ ସାନିଟାଇଜ କରିବେ ଏବଂ କିଭଳି ସାମାଜିକ ଦୂରତ୍ବ ରକ୍ଷା କରିବେ, କୋଭିଡ ନିୟମ ପାଳନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବା ନେଇ ନିର୍ଦ୍ଦେଶରେ ଦର୍ଶାଯାଇଛି । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନ ଦେଇଛନ୍ତି । ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ ୧୯ ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ଫୁଟର ସାମାଜିକ ଦୂରତା ରଖାଯିବ । ହାତକୁ ଧୋଇବା ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular