ଚଣ୍ଡିଖୋଲ: ନିଖୋଜ ଶିଶୁପୁତ୍ରକୁ ଉଦ୍ଧାର କଲା ବଡ଼ଚଣା ପୋଲିସ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଖୋସାଲିପୁର ଏକ ଆଦିବାସୀ ବସ୍ତିରୁ ଡିସେମ୍ବର ୨୪ ତାରିଖରେ ୪ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଥିଲା। ଯାହାକୁ ନେଇ ପରିବାର ଲୋକେ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଧାନମଣ୍ଡଳ ଫାଣ୍ଡି ଓ ବଡ଼ଚଣା ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲା। ଯାଜପୁର ଏସପି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଖୋଜ ଶିଶୁପୁତ୍ରର ପରିବାରକୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ବଡଚଣା ପୋଲିସ ନେତୃତ୍ବରେ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ନିଖୋଜ ଶିଶୁର ପୋଷ୍ଟ ମାରିଥିଲା ପୋଲିସ। ଗତକାଲି ବଡ଼ଚଣା ପୋଲିସର ଏକ ଟିମ ତାଳଚେରରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଶିଶୁଟିକୁ ସ୍ଥାନୀୟ ଶିଶୁ ସୁରକ୍ଷା ଅଧିକାରୀ ହେପାଜତରେ ରଖିଥିଲେ। ବଡ଼ଚଣା ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରି ବଡ଼ଚଣା ଥାନା ପରିସରକୁ ଆଣି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0