ପୁରୀ: ୧୪ ଫେବୃୟାରୀ , ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ। କିନ୍ତୁ ଏଥର ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ। କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ ଲାଗି ମନ୍ଦିର ପ୍ରବେଶକୁ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ତେଣୁ ଭକ୍ତ ପଦ୍ମମୁଖ ବେଶ ଦର୍ଶନ କରିପାରିବେ କି ନାହିଁ ସନ୍ଦେହ ଉପୁଜିଛି । ଅପରପକ୍ଷେ, କୋଭିଡ କଟକଣାକୁ ବାଦ ଦିଆଯାଇ ଭକ୍ତଙ୍କ ଲାଗି ରବିବାର ଶ୍ରୀମନ୍ଦିର ଖୋଲାଯାଉ ବୋଲି ସେବାୟତ ଦାବି କରିଛନ୍ତି ।
ବର୍ଷକରେ ଥରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହୋଇଥାନ୍ତି। ପରମ୍ପରା ମୁତାବକ ଆସନ୍ତା ଶନିବାର ରାତିରେ ପଦ୍ମବେଶରେ ବିଭୂଷିତ ହେବେ ମହାପ୍ରଭୁ। ପରଦିନ ଅର୍ଥାତ ରବିବାର ପଦ୍ମମୁଖ ବେଶରେ ଦର୍ଶନ ଦେବେ। ଏପଟେ ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାରରେ ଭକ୍ତଙ୍କ ପ୍ରବେଶ କରାଯାଇପାରିଲେ ସମସ୍ତ ଭକ୍ତ ସୁବିଧାରେ ଶ୍ରୀଜୀଉଙ୍କର ଦର୍ଶନ କରି ଫେରିପାରିବେ ବୋଲି ଦାବି ହେଉଛି । ତେବେ ଆଗାମୀ ପରିଚାଳନା କମିଟି ବୈଠକ ଉପରେ ଏହି ନିଷ୍ପତ୍ତି ନିର୍ଭର କରୁଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।



Visitors Today : 1
Total Visitors : 130433
Total Views : 9891964
Visitors Online Now : 0