ଭଦ୍ରକ : ଦେଖୁ ଦେଖୁ ଗ୍ୟାରେଜ୍ରେ ଲାଗି ଗଲା ନିଆଁ। ଜଳିଗଲା ୪ଟି ବସ୍। ସାଙ୍ଗରେ ଗୋଟିଏ ସ୍କୋର୍ପିଓ ଓ କ୍ୟାବିନ୍ ବି ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଘଟଣା। ଜିଲ୍ଲାର ୧୬ ନଂ ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଘଟିଛି ଏହି ଅଗ୍ନିକାଣ୍ଡ। ନିଆଁ ଲାଗିବା ସମୟରେ ବସ୍ ଭିତରେ କିଛି କର୍ମଚାରୀ ଶୋଇଥିଲେ। ବସରେ ନିଆଁ ଲାଗିବା ଦେଖି ଜୀବନ ବିକଳରେ ସେମାନେ ବାହାରକୁ ଦୌଡ଼ି ପଳାଇଥିଲେ । ଅନ୍ୟପକ୍ଷରେ ବସ୍ ଗୁଡ଼ିକରେ ନିଆଁ ଲାଗି ଯାଇଥିବା ଦେଖି କିଛି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ପହଞ୍ଚି ଥିଲା ଓ ନିଆଁ ଲିଭା କାର୍ୟ୍ୟରେ ଲାଗି ପଡ଼ିଥିଲା। ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ। ମାତ୍ର ସେତେବେଳକୁ ୪ଟି ବସ୍ ସହିତ ଗୋଟିଏ ସ୍କୋର୍ପିଓ ଏବଂ ଗୋଟିଏ କ୍ୟାବିନ୍ ପୋଡ଼ି ପାଉଁଶ ହୋଇଯାଇଥିଲା।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0