ପୁରୀ: ଆସନ୍ତା ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ। କିନ୍ତୁ ବିଡମ୍ବନା ଏଥର ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ। କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ ଲାଗି ମନ୍ଦିର ପ୍ରବେଶକୁ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ତେଣୁ ଭକ୍ତ ପଦ୍ମମୁଖ ବେଶ ଦର୍ଶନ କରିପାରିବେ କି ନାହିଁ ସନ୍ଦେହ ଉପୁଜିଛି । ଅପରପକ୍ଷେ, କୋଭିଡ କଟକଣାକୁ ବାଦ ଦିଆଯାଇ ଭକ୍ତଙ୍କ ଲାଗି ରବିବାର ଶ୍ରୀମନ୍ଦିର ଖୋଲାଯାଉ ବୋଲି ସେବାୟତ ଦାବି କରିଛନ୍ତି ।
ବର୍ଷକରେ ଥରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହୋଇଥାନ୍ତି। ପରମ୍ପରା ମୁତାବକ ଆସନ୍ତା ଶନିବାର ରାତିରେ ପଦ୍ମବେଶରେ ବିଭୂଷିତ ହେବେ ମହାପ୍ରଭୁ। ତା’ ପରଦିନ ଅର୍ଥାତ ରବିବାର ପଦ୍ମମୁଖ ବେଶରେ ଦର୍ଶନ ଦେବେ। ଏପଟେ ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାରରେ ଭକ୍ତଙ୍କ ପ୍ରବେଶ କରାଯାଇପାରିଲେ ସମସ୍ତ ଭକ୍ତ ସୁବିଧାରେ ଶ୍ରୀଜୀଉଙ୍କର ଦର୍ଶନ କରି ଫେରିପାରିବେ ବୋଲି ଦାବି ହେଉଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0