ମଦ ମାଫିଆଙ୍କୁ ଧରିବାକୁଯାଇ କନେଷ୍ଠବଳ ଦେବେନ୍ଦ୍ରଙ୍କ ମୃତ୍ୟୁ । ଶହୀଦ ଦେବେନ୍ଦ୍ରଙ୍କ ଘର ସିଂହ ଆଗ୍ରା ନଗଲା ବିନ୍ଦୁ ଗାଁରେ । ଉତ୍ତର ପ୍ରଦେଶର ଗସଗଞ୍ଜରେ ମଦ ମାଫିଆ ମାନେ ବେଆଇନ ମଦ କାରବାର କରୁଥିବା ଠିକଣାରେ ପୁଲିସ୍ ରେଡ୍ କରିଥିଲା । ମଦ ମାଫିଆମାନେ ପୁଲିସ୍ ରେଡ୍କୁ ବିରୋଧ କରି ଜୋରଦାର ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ପୁଲିସ୍ କନଷ୍ଟେବଲ ପ୍ରାଣ ହରାଇଥିବା ବେଳେ ରେଡ୍ରେ ସାମିଲ ଥିବା ସବ୍ ଇନସପେକ୍ଟର ଗୁରୁତର ଆହତ ହୋଇଛନ୍ତି।ଶହୀଦ ଦେବେନ୍ଦ୍ର ୨୦୧୫ ମସିହାରେ ଉତ୍ତର ପ୍ରଦେଶ ପୋଲିସରେ କନେଷ୍ଟବଳ ପଦବୀରେ ନିୟୋଜିତ ହୋଇଥିଲେ। ଦେବେନ୍ଦ୍ରଙ୍କ ମୃତୁ୍ୟ ପରେ ତାଙ୍କ ପୁରା ପରିବାର ଭାଙ୍ଗିପଡ଼ିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରି ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବାକୁ ଘୋଷଣା କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0