ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ସମ୍ପର୍କିତ ଏନଏମର ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ଚିଠି ଲେଖିଲେ ଜିଲ୍ଲାପାଳ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଚେୟାର ମ୍ୟାନଙ୍କ ବିନା ପରାମର୍ଶରେ ଏଭଳି ନିଷ୍ପତ୍ତି ନ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖିଆ ଭାବେ ଚିଠି ଲେଖିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି । ଲିଙ୍ଗରାଜ ମନ୍ଦିରର ମହତ୍ତ୍ୱ ଗୁରୁତ୍ତ୍ୱ ଓ ବିଶେଷତ୍ତ୍ୱ ଏସବୁ ବିଷୟରେ ବ୍ୟାଖ୍ୟା କରିଛନ୍ତି । ଭୁବନ-ଇଶ୍ୱର ଜାହାଙ୍କ ନାଁରେ ରାଜଧାନୀର ନାଁ ଭୁବନେଶ୍ୱର ରଖାଯାଇଛି ସାରା ବିଶ୍ୱର ଠାକୁର ଭାବରେ ପରିଗଣିତ ହୁଅନ୍ତି ପ୍ରଭୁ ଲିଙ୍ଗରାଜ । ଆଗକୁ ଏମିତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ଏକାମ୍ରକ୍ଷେତ୍ରର ସମସ୍ତ ସମ୍ପତ୍ତି ଶ୍ରୀଲିଙ୍ଗରାଜଙ୍କର ହୋଇଥିବାରୁ ପ୍ରାଧିକରଣର ବାଇ ଲ ଲିଙ୍ଗରାଜ ମନ୍ଦିର ଓ ଏହାର ସେବାୟତଙ୍କୁ ପ୍ରଭାବିତ କରିବ । ଲିଙ୍ଗରାଜ ମନ୍ଦିର ସହ ଯୋଡ଼ିହୋଇଛି ରାଜ୍ୟବାସୀଙ୍କ ଭକ୍ତି ଓ ଭାବାବେଗର ସଂପର୍କ । ଲିଙ୍ଗରାଜ ମନ୍ଦିର ହେଉଛି ଏକ ଶୈବପୀଠ ଏଠାରେ କୋଟି କୋଟି ଭକ୍ତଙ୍କ ଭାବବେଗ ଜୋଡ଼ି ହୋଇ ରହିଛି । ସେହିପରି ରାଜ୍ୟ ସରାକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି ଏକାମ୍ର ବିକାଶ ପ୍ରକଳ୍ପ । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ ହୋଇଛି । ଆଉ ଏହି ସୌନ୍ଦର୍ଯ୍ୟକରଣରେ ସ୍ୱଇଚ୍ଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ବାଇ ଲ’ ଲାଗୁହେଲେ ପ୍ରକଳ୍ପର ଉନ୍ନତି କରଣରେ ବାଧାପ୍ରାପ୍ତ ହେବ । ତେବେ ବାଇ ଲ’ ଲାଗୁ ପୂର୍ବରୁ ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ସହ ଆଲୋଚନା କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ସୂଚନା ଯୋଗ୍ୟ ଯେ, ଏହି ବାଇ ଲ’ରେ ଶ୍ରୀମନ୍ଦିରକୁ ମଧ୍ୟ ସାମିଲ କରାଯାଇଥିଲା । ଏହାକୁ ନେଇ ଯେତେବେଳେ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିଲା ସେତେବେଳେ NMA ସଚିବ ଏହି ବାଇ ଲକୁ ଶ୍ରୀମନ୍ଦିରରୁ ପ୍ରତ୍ୟାହାର କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0