ଭାରତ ସରକାର ଓ ଟ୍ୱିଟର ମଧ୍ୟରେ କ୍ରମାଗତ ଭାବେ ବିବାଦ ବଢିବାରେ ଲାଗିଛି । ଅନ୍ୟ ଦେଶ ତୁଳନାରେ ଭାରତ ସହ ଟ୍ୱିଟର ପାତର ଅନ୍ତର କରୁଥିବା ଭାରତ ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ହିଂସା ପରେ ଭାରତ ସରକାର କେତକ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଟ୍ୱିଟରକୁ ଅନୁରୋଧ କରିଥିଲେ । ସରକାର ଯୁକ୍ତି ରଖିଥିଲେ କି ଏ ସବୁ ଆକାଉଣ୍ଟ ମାଧ୍ୟମରେ ହିଂସା ଉଦ୍ରେକକାରୀ ଟ୍ୱିଟ କରାଯାଇ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଶକ୍ତି । ଏହା ସହ କିଛି ଆପତ୍ତି ଜନକ କଣ୍ଟେଟ ଅପଲୋଡ କରାଯାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ଭାରତ ସରକାରଙ୍କ ଏଭଳି ଅନୁରୋଧକୁ ରକ୍ଷା କରି ଟ୍ୱିଟର ପକ୍ଷରୁ ୨୫୭ ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ରଖା ଯାଇଛି । ହେଲେ ସରକାର ଦେଇଥିବା ଆହୁରି ଅନେକ ଆକାଣ୍ଟ ଏବେ ବି ଚାଲୁ ରହିଛି । ଏସବୁକୁ ବନ୍ଦ କରିବାକୁ ସରକାର ଏକ ଚିଠା ଦେଇଥିଲେ ବି ଏହାକୁ ବନ୍ଦ କରିବାକୁ ଟ୍ୱିଟର ଅମଙ୍ଗ ହୋଇଛି । କାରଣ ବାବଦରେ କହିଛି କି ଏଭଳି ଆକାଉଣ୍ଟ ବନ୍ଦ କରିବାର ଅର୍ଥ ଲୋକଙ୍କ ବାକ ସ୍ୱାଧିନତା ଉପରେ ହସ୍ତକ୍ଷେପ କରିବା । ଆମେରିକାର କ୍ୟାପିଟୋଲ ହିଲ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସହ ଅନ୍ୟ କିଛି ଲୋକଙ୍କ ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା ଟ୍ୱିଟର । ହେଲେ ଦିଲ୍ଲୀ ହିଂସାରେ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ଉପରେ ଟ୍ୱିଟର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଭାରତ ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହା ସହ ଯଦି ଟ୍ୱିଟର ଭାରତ ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରେ ତେବେ ଡିଜିଟାଲ ପ୍ଲାଟ୍ଫର୍ମ ଆଇନ ଅନୁଯାୟୀ ଟ୍ୱିଟର ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କିଛି ଉଚ୍ଚପଦସ୍ଥ ଅଧିକାରୀ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0