ନୂଆଦିଲ୍ଲୀ: ଏଲଏସି ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ବଡ ବୟାନ ରଖିଛନ୍ତି । ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି । ପୋଙ୍ଗଙ୍ଗର ଉତ୍ତର-ପଶ୍ଚିମ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି । ଚୁକ୍ତି ଅନୁସାରେ ୪୮ଘଣ୍ଟା ଭିତରେ ସୈନ୍ୟ ପ୍ରତ୍ୟାହାର ହେବ । ଆଲୋଚନା ବେଳେ ଚୀନକୁ କଡା ବାର୍ତ୍ତା ଦିଆଯାଇଛି । ସେପ୍ଟେମ୍ବର ମାସରୁ ଆଲୋଚନା ଜାରି ରହିଛି । ଏଲଏସିରେ ଚୀନ ଅନୁପ୍ରବେଶ ଉଦ୍ୟମ କରିଛି । ଏଲଏସିରେ ଆମର ସ୍ଥିତି ସୁଦୃଢ ଅଛି । ଏକ ଇଞ୍ଚ ଜମି ବି କାହାକୁ ଦେବୁନୁ ।ସେ ଆହୁରି ମଧ୍ୟ କହିଛନ୍ତି, ନିୟନ୍ତ୍ରଣ ରେଖାରେ ଆମେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ବଜାୟ ରଖିବାକୁ ପ୍ରତିବଦ୍ଧ। ଦ୍ୱିପାକ୍ଷିକ ସୁସମ୍ପର୍କ ଉପରେ ଭାରତ ସର୍ବଦା ଗୁରୁତ୍ୱାରୋପ କରି ଆସିଛି । ଦେଶର ସାର୍ବଭୌମତ୍ୱର ସୁରକ୍ଷା ନିମନ୍ତେ ଯେ କୌଣସି ଆହ୍ଵାନର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ଭାରତୀୟ ସେନା ପ୍ରତିପାଦିତ କରିଥିବା କଥା ମଧ୍ୟ ସେ ଆଜି ରାଜ୍ୟସଭାରେ କହିଛନ୍ତି।ଏହାଛଡ଼ା, ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅନେକ ‘ଫ୍ରାକ୍ସନ ଏରିଆ’ ନିର୍ମାଣ କରାଯାଇଥିବା କଥା ମଧ୍ୟ ସେ ସାସଂଦମାନଙ୍କୁ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0