spot_img

ଓଡିଶା ଓ ଆନ୍ଧ୍ର ସୀମା ବିବାଦ : କାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଓଡିଶା ଓ ଆନ୍ଧ୍ର ସୀମା ବିବାଦ ଘଟଣା । କୋଟିଆ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ବାରମ୍ବାର ସୀମା ଉଲଘଂନ କରାଯାଉଛି । ଏନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହା ଉପରେ ଆସନ୍ତାକାଲି ଶୁଣାଣି ହୋଇପାରେ ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି । ଓଡିଶା ସରକାର ଜରୁରୀ ଶୁଣାଣି ପାଇଁ କୋର୍ଟରେ ଆବେଦନ କରିଥିଲେ । ଦୀର୍ଘବର୍ଷ ହେବ କୋଟିଆ ଅଞ୍ଚଳକୁ ନେଇ ଓଡିଶା ଓ ଆନ୍ଧ୍ର ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆନ୍ଧ୍ରସରକାର ବାରମ୍ବାର କୋଟିଆ ଅଞ୍ଚଳରେ ପଶି ଲୋକଙ୍କୁ ରାସନ ସାମଗ୍ରୀ ସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବି ଦେଉଛନ୍ତି । ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଜୁଳି ପାଣି ପର୍ୟ୍ୟନ୍ତ ସବୁ ସେବାରେ ହସ୍ତକ୍ଷେପ କରୁଛି ଆନ୍ଧ୍ର । ଏନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ବି ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରିବାରେ ଲାଗିଛି । ହେଲେ ଆନ୍ଧ୍ରର ବାରମ୍ବାର ଏଭଳି ଦାଦାଗିରି ବାବଦରେ ସୁପ୍ରିମ କୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରି ଏହି ମାମଲା ଉପରେ ଆସନ୍ତା କାଲି ଶୁଣାଣି କରିବାକୁ ଦିନ ଧାର୍ୟ୍ୟ କରିଛନ୍ତି ସୁପ୍ରିମ କୋର୍ଟ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular