ୱାଶିଂଟନ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ଭୂକମ୍ପର ତୀବ୍ରତା ୭.୭ ଥିବାରୁ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ସୁନାମି ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ସୁମଦ୍ର କୂଳ ନିକଟକୁ ଯିବାକୁ ବାରଣ କରାଯାଇଛି। ପ୍ରଶାନ୍ତ ମହାସାଗରର ଲୟାଲଲିଟି ଦ୍ୱୀପପୁଞ୍ଜ ଭୂକମ୍ପର ସବୁଠାରୁ ବଡ଼ ଝଟକା ଅନୁଭୂତ ହୋଇଥିଲେ ହେ ନ୍ୟୁଜିଲ୍ୟାଣ୍ଡ ଠାରୁ ଇଣ୍ଡୋନେସିଆ ଯାଏ ଏହାକୁ ଲୋକମାନେ ଅନୁଭବ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀ କାଳୀନ ମ୍ୟାନେଜମେଣ୍ଟ ଝଟକା ପରେ ବିଭିନ୍ନ ସମୁଦ୍ରରେ ଗାଧୋଉ ଥିବା ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲି ଆସିବାକୁ କହିଛି। ସେହିପରି ଅହିପାରା, ଗ୍ରେଟ ବ୍ୟାରିୟର ଓ ମାଟାଟାରୁ ଟଲାଗା ଉପକୂଳରେ ଥିବା ଲୋକମାନଙ୍କୁ ନଦୀ, ସୁମଦ୍ର ଏବଂ ଜଳାଶୟରୁ ଦୂରେଇ ରହିବାକୁ କୁହାଯାଇଛି। ନ୍ୟୁଜିଲ୍ୟାଣ୍ଡର ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଜୁଆର ସ୍ଥଳ ଭାଗକୁ ମାଡ଼ି ଆସିବାର ଆଶଙ୍କା ପ୍ରକାଶ ପାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଭୂକମ୍ପର ତୀବ୍ରତା ୭.୭ ଥିବା ବେଳେ ଏହାର କେନ୍ଦ୍ର ସ୍ଥଳ ନ୍ୟୁକାଲେଡେନିଆର ଟାଡିନେ ସହର ଠାରୁ ୪୧୭ କିମି ଦୂର। ଏହା ଭୂପୃଷ୍ଠର ୧୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ୭.୭ ତୀବ୍ରତାର ଭୂକମ୍ପ ଝଟକାର ଘଣ୍ଟାଏ ମଧ୍ୟରେ ଆଉ ୩ଟି ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ୫.୬ରୁ ୭.୧ ମଧ୍ୟରେ ରହିଥିଲା। କେବଳ ନ୍ୟୁଜିଲ୍ୟାଣ୍ତ ନୁହେଁ ଅଷ୍ଟ୍ରେଲିଆର ଲର୍ଡ ଦ୍ୱୀପରେ ମଧ୍ୟ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଆମେରିକାର ସୁନାମି ଚେତାବନୀ କେନ୍ଦ୍ର ଫିଜି ଓ ଭାନୁଆତୁରେ ସମୁଦ୍ର ଜୁଆର ୧ରୁ ୩.୩ ଫୁଟ ଉପରକୁ ଉଠିପାରେ ବୋଲି ସତର୍କ କରାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0