ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବାକୁ ଯାଉଛି ଆପଣ ଦରମା। ଆଗକୁ ଆପଣଙ୍କ ଦରମାର ପୂରା ଢାଞ୍ଚା ବଦଳିପାରେ। ବେସିକ ଦରମାରେ ଆଲାଉନସେସ ର କିଛି ଅଂଶ ମଧ୍ୟ ସାମିଲ ହୋଇପାରେ। ୨୦୨୧ ଏପ୍ରିଲ ମାସରୁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଆଣିବାକୁ ଯାଉଛି ନୂଆ ଲେବର କୋଡ। ଏହି ନୂଆ ଲେବର କୋଡ ଲାଗୁ ହେବାପରେ, ନିଯୁକ୍ତିଦାତା ଆପଣଙ୍କ ଦରମା ପ୍ୟାକେଜ୍ ପୁନଃନିର୍ମାଣ କରିପାରନ୍ତି। ସୂଚନା ମୁତାବକ ଯଦି ସରକାର ଏହି ନୂଆ ଲେବର କୋଡ଼ କାର୍ୟ୍ୟକାରୀ କରନ୍ତି, ତେବେ ଆପଣଙ୍କ ଚୠ ଅବଦାନ ମଧ୍ୟ ବୃଦ୍ଧି ହେବ । ଚୠ ଅବଦାନ ସହିତ, କମ୍ପାନୀଗୁଡିକ ସେମାନଙ୍କର ବେତନ ବୃଦ୍ଧି ବଜେଟର ସମୀକ୍ଷା ବି କରିବାକୁ ପଡ଼ିପାରେ। ଗ୍ରାଚ୍ୟୁଇଟି ଏବଂ ଲିଭ ଏନକାଶମେଣ୍ଟ ପରି ଯୋଜନା ମଧ୍ୟ ବଢ଼ିପାରେ। ତେଣୁ ଏସବୁର ପ୍ରଭାବ ଆପଣଙ୍କ ଟେକ୍ ହୋମ୍ ଦରମାରେ ପଡ଼ିପାରେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0