spot_img

କରୋନା ମୁକାବିଲାରେ ଭାରତର ସହଯୋଗ ଲୋଡିଲା କାନାଡ଼ା

ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ଭାରତର ସହଯୋଗ ମାଗିଛି କାନାଡ଼ା। କାନାଡା ସହଯୋଗ ଲୋଡିଲା ପରେ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ସମ୍ପର୍କରେ ମୋଦି ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ଟିକା ପାଇଁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ମୋଦୀ ଜଷ୍ଟିନ ଟ୍ରୁଡୋଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତ ପକ୍ଷରୁ କାନାଡାକୁ ସମସ୍ତ ପ୍ରକାର ସମର୍ଥନ କରାଯିବ । ଯେପରି ଅନ୍ୟ ଦେଶମାନଙ୍କୁ କରାଯାଇଛି । ତେବେ ଭାରତ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି ମୋଦି। ଏହାସହ ଦୁଇ ଦେଶର ନେତାଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ବିଶ୍ୱର ଅର୍ଥବ୍ୟବସ୍ଥାରେ ସୁଧାର ନେଇ ଆଲୋଚନା ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular