କାବୁଲ: ଆଫଗାନିସ୍ଥାନ କ୍ରିକେଟ ବୋର୍ଡର ସିଇଓଙ୍କୁ ବରଖାସ୍ତ କରାଯାଇଛି । ସିଇଓ ଲୁତଫୁଲ୍ଲାହ ସ୍ଟେନିକଜଇଙ୍କର ଏସିବି ସହିତ ଗତ ତିନି ବର୍ଷ ହେବ ଭଲ ସଂପର୍କ ନଥିଲା । କାମରେ ଅସନ୍ତୋଷ ପଦର୍ଶନ ସହ ମ୍ୟାନେଜରକୁ ଖରାପ ବ୍ୟବହାର କରିବା ପାଇଁ ତାଙ୍କୁ ଏହି ପଦରୁ ବରଖାସ୍ତ କରାଯାଇଥିବା ସୂଚନା ମିଳିଛି । ଆଫଗାନିସ୍ତାନର ୫୦ ଓଭର ବିଶ୍ୱକପ୍ରେ ଖରାପ ପଦର୍ଶନ ପରେ ତାଙ୍କୁ ଗତ ଜୁଲାଇରେ ନିଯୁକ୍ତି କରାଯାଇଥିଲା । ବିଶ୍ୱକପ୍ ଖେଳରେ ଆଫଗାନିସ୍ତାନ ଗୋଟିଏ ମ୍ୟାଚ ବି ଜିତିପାରିନଥିଲା । ଏସିବିର ଚୈୟାରମ୍ୟାନ ଫରହାନ ୟୁସୁଫଜଈ, ସ୍ଟେନିକଜର୍ସ ଦେଇଥିବା ପତ୍ରରେ ଲେଖିଛନ୍ତି, ‘ଏହି ପତ୍ର ମାଧ୍ୟମରେ ଆପଣଙ୍କୁ ସୂଚନା ଦିଆଯାଉଛି କି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ପଦ ନେଇ ଆପଣଙ୍କ କାର୍ଯ୍ୟକାଳ ସମାପ୍ତ କରିଦିଆଯାଇଛି । ଜୁଲାଇ ୨୯ ୨୦୨୦ ତାରିଖ ଆପଣଙ୍କର ଏସିବିରେ ଶେଷ ଦିନ । ଖେଳରେ ଖରାପ ପଦର୍ଶନ ସହ ମ୍ୟାନେଜରକୁ ଖରାପ ବ୍ୟବହାର ପାଇଁ ଏସିବି ଏପରି ପଦକ୍ଷେପ ଗ୍ରହଣ କରିଛି ।’



Visitors Today : 0
Total Visitors : 130166
Total Views : 9891611
Visitors Online Now : 0