spot_img

୩ ପରିବା ବିକାଳିଙ୍କୁ କରୋନା

ସମ୍ବଲପୁର : ସମ୍ବଲପୁର ବୁର୍ଲାରେ ଓାର୍ଡ ନମ୍ବର-୪ ରେ ୩ ଜଣ ପରିବା ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି । ସେହି ଅଞ୍ଚଳକୁ ଜିଲ୍ଲାପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ବୁର୍ଲାର ଓାର୍ଡ ନମ୍ବର -୪ର ବିଷ୍ଣୁ ମନ୍ଦିର ପଡା, ବିହାରୀ ପଡା ଅଞ୍ଚଳରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ବିଷ୍ଣୁ ମନ୍ଦିର ପଡାର ସୁପାରି ଗଳିଠୁ ମସଜିଦ ଗଳି, ମସଜିଦ୍ ଗଳିଠୁ କେନାଲ୍ ଗଳି ଯାଏଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସେପଟେ ବିଷ୍ଣୁ ମନ୍ଦିର ପଡାର ଚତୁଃପାଶ୍ୱର୍କୁ ବୋଫର ଜୋନ୍ ଘୋଷଣା କରିଛି।

ଏହା ସହ ସେହି ଓାର୍ଡ ନମ୍ବର-୪ ର ବିହାରିପଡାକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ତେବେ ବିହାରୀପଡାକୁ ଲାଗିକି ଥିବାପକ୍କା ମାର୍କେଟ ବୋଫର ଜୋନ୍ରେ ରହିଛି । ତେବେ ସାହି ପଡିଶାଙ୍କ କହିବା ଅନୁସାରେ କରୋନା ସଂକ୍ରମିତ ୩ ଜଣ ପରିବା ବ୍ୟବସାୟୀ କରନ୍ତି । ତେବେ ପରିବା ବିକାଳି ହୋଇଥିବାରୁ ପ୍ରଶାସନର ଚିନ୍ତା ବଢିବା ସହ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular