ଚମୋଲି : ଉତ୍ତରାଖଣ୍ଡ ଚମୋଲିରେ ଗ୍ଲେସିୟର ଭାଙ୍ଗିବା ପରେ ଜଳ ପ୍ରଳୟ ଯୋଗୁଁ ଭାରି କ୍ଷୟକ୍ଷତି ହୋଇଛି। ଧଉଳିଗଙ୍ଗା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବାକୁ ଲାଗିଥିବା ଟିମକୁ ବୁଧବାର ଦିନ ମହତ୍ତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ବନ୍ୟା ପରେ ତପୋବନର ଦୁଇଟି ସୁଡ଼ଙ୍ଗରେ ବହୁ ସଂଖ୍ୟାରେ ଶ୍ରମିକ ଫସି ରହିଛନ୍ତି। ଗୋଟିଏ ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଅନ୍ୟ ସୁଡ଼ଙ୍ଗରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଏବେ ବି ପ୍ରୟାସ ଜାରି ରହିଛି। ଇତି ମଧ୍ୟରେ ଉଦ୍ଧାରକାରୀ ଟିମକୁ ସୂଚନା ଦିଆଯାଇଛି ଯେ ୩ ଦିନ ହେଲା ଏନଟିପିସି ହାଇଡ୍ରୋ ପାୱାର ପ୍ଲାଣ୍ଟର ଭୁଲ ସୁଡ଼ଙ୍ଗରେ ଶ୍ରମିକଙ୍କୁ ଖୋଜାଯାଉଥିଲା। ଅସଲି ସୁଡ଼ଙ୍ଗ ଅଲଗା ଅଛି। ଏହି ସୁଡ଼ଙ୍ଗ ତଳ ଆଡକୁ ଅଛି।ବୁଧବାର ଦିନ ଏହି ସୂଚନା ମିଳିବ ପରେ ଇଣ୍ଡୋ ତିବ୍ବତୀୟ ବର୍ଡ଼ର ପୋଲିସ ଟିମ ନିଜ ରଣନୀତି ପରିବର୍ତ୍ତନ କରିଛି। ଜଳ ପ୍ରଳୟ ପରେ ଏବେ ବି ୧୭୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏବେ ସୁଦ୍ଧା ୩୪ ଜଣଙ୍କ ଶବ ଉଦ୍ଧାର ହୋଇଛି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ୧୦ ଜଣଙ୍କୁ ଚିହ୍ନଟ କରି ଷ୍ଟେଟ ଏମର୍ଜେନ୍ସି କଣ୍ଟ୍ରୋଲ ରୁମ ସୂଚନା ଦେଇଛି। ଅଧିକାରୀ ସୂଚନା ଦେଇଛନ୍ତି ଯେ, ଆଇଟିବିପି ଓ ଅନ୍ୟ ଉଦ୍ଧାରକାରୀ ଟିମ ଗତ ୩ ଦିନ ହେଲା ଏନଟିପିସିର ଇନଟେକ ଏଡିଟ ଟନେଲରେ ନିଖୋଜ ଲୋକଙ୍କୁ ଖୋଜୁଥିଲେ। କିନ୍ତୁ ବୁଧବାର ତାଙ୍କୁ ସୂଚିତ କରାଯାଇଛି ଯେ ଶ୍ରମିକମାନେ ଏହି ଟନେଲରେ ନାହାନ୍ତି ବରଂ ସିଲ୍ଟ ଫିଲଟ୍ରେସନ ସୁଡ଼ଙ୍ଗରେ ଫସି ରହିଛନ୍ତି। ଏହି ସୁଡ଼ଙ୍ଗ ସେହି ସୁଡ଼ଙ୍ଗରୁ ୧୨ ମିଟର ତଳେ ଅଛି।ଗଢ଼ଵାଲ କମିଶନର ସୂଚନା ଦେଇଛନ୍ତି ଯେ, ତାଙ୍କୁ ଆଗରୁ ସୂଚନା ଦିଆଯାଇଥିଲା ଯେ ଏନଟିପିସି ପ୍ଲାଣ୍ଟର ୧୮୦ ମିଟର ଭିତରରେ ପ୍ରାୟ ୩୪ ଶ୍ରମିକ ଫସି ରହିଛନ୍ତି। ସେଥିପାଇଁ ତାଙ୍କୁ ଉଦ୍ଧାର କରିବାକୁ ସେହି ଦିଗରେ ମାଟି ଖୋଳୁଥିଲେ। କିନ୍ତୁ ବୁଧବାର ଦିନ ଏନଟିପିସି ଅଧିକାରୀ ସୂଚନା ଦେଇଛନ୍ତି ଯେ ଶେଷ ବେଳକୁ ଶ୍ରମିକ ସିଲ୍ଟ ଫିଲଟ୍ରେସନ ଟନେଲରେ କାମ କରୁଥିଲେ। ଏହି ଟନେଲ ଇନଟେକ ଏଡିଟ ଟନେଲରୁ ୧୨ ମିଟର ତଳେ ଓ ୭୨ ମିଟର ଦୂରରେ ଅଛି। ବର୍ତ୍ତମାନ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପୁରା ରଣନୀତି ବଦଳାଇ ମାଟି ଖୋଳା ଆରମ୍ଭ ହୋଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0