spot_img

ଭାଇରାଲ ହେଉଛି ଧନଶ୍ରୀ ଓ ଶ୍ରେୟାସ ଆୟାରଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ନବବିବାହିତ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଚର୍ଚ୍ଚାରେ । ତେବେ ଭାରତୀୟ ଦଳର ଯୁବ କ୍ରିକେଟର ଶ୍ରେୟାସ ଆୟାରଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁହେଁ ନାଚୁଥିବାର ଦେଖିବାକୁ ମିଳୁଛି । ଅନ୍ୟପଟେ ଆୟାର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ‘ଥିଙ୍କିଙ୍ଗ ଅନ ଆୱାର ଫିଟ’ । ଭିଡିଓରେ ଦୁହିଁଙ୍କ ଡ୍ୟାନ୍ସ ଷ୍ଟେପକୁ ଭାରତୀୟ ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଟିମ ଇଣ୍ଡିଆର ଫିଲ୍ଡିଂ କୋଚ ଆର.ଶ୍ରୀଧର ଓ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପତ୍ନୀ ପ୍ରୀଥି ନାରାୟଣ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular