spot_img

ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଆଜି ସଂସଦର ପ୍ରଶ୍ନକାଳ ବେଳେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକର ଅପବ୍ୟବହାରରେ ଭୁଲ୍ ଖବର ପ୍ରସାରଣ ଦ୍ୱାରା ହିଂସାକାଣ୍ଡକୁ ଉସୁକାଯାଏ, ତେବେ ସେମାନଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି । ବିଶେଷ କରି ଟ୍ୱିଟର, ଫେସବୁକ ଓ ହ୍ୱାଟସଆପ ପରି ସାମାଜିକ ଗଣମାଧ୍ୟମଗୁଡ଼ିକର ନାମ ଉଲ୍ଲେଖ କରି ସେ କହିଥିଲେ, ‘ଭାରତରେ ତୁମମାନଙ୍କର କୋଟି କୋଟି ଅନୁଗାମୀ ରହିଛନ୍ତି । ତୁମେ ବେପାର କରି ଟଙ୍କା ରୋଜଗାର କରିବାକୁ କେହି ମନା କରୁନାହାନ୍ତି। ମାତ୍ର ତୁମମାନଙ୍କୁ ଭାରତୀୟ ସମ୍ବିଧାନର ନୀତି ନିୟମ ମାନିବାକୁ ପଡ଼ିବ।’ ସେହିପରି ‘ଆମେ ସାମାଜିକ ଗଣମାଧ୍ୟମକୁ ଯଥେଷ୍ଟ ସମ୍ମାନ ଦେଉ। ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିପାରୁଛି। ଡିଜିଟାଲ୍ ଭାରତ କାର୍ୟ୍ୟକ୍ରମରେ ମଧ୍ୟ ଏହି ଗଣମାଧ୍ୟମଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ତାହାର ଅପବ୍ୟବହାର ପାଇଁ ପରିଣତି ଭୋଗିବାକୁ ପଡ଼ିବ’ ବୋଲି ରବିଶଙ୍କର ସତର୍କ କରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular