ନୂଆପଡା: କାଜୁ ସଂଗ୍ରହ କରିବାକୁ ଯାଇଥିଲେ ଜଣେ ମହିଳା। କାଜୁ ସଂଗ୍ରହ କରୁଥିବା ବେଳେ ତାଙ୍କୁ ବାଘ ଖାଇ ଯାଇଥିବା ଅଭିଯୋଗ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ଆଜି ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ଧରମବନ୍ଧା ଥାନା ଛୋଟ ଲୋଡ୍ରା ଗାଁର ମକରମ ମାଝୀଙ୍କ ସ୍ତ୍ରୀ ଭାନୋବାଈ ମାଝୀ ଗୁରୁବାର ସକାଳେ କାଜୁ ସଂଗ୍ରହ ପାଇଁ ଜଙ୍ଗଳକୁ ଯାଇଥିଲେ। ମାତ୍ର ଅନେକ ସମୟ ଧରି ଘରକୁ ଫେରିନଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ପରିବାର ଓ ଗାଁର ୪ରୁ ୫ ଜଣ ଲୋକ ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ। ଜଙ୍ଗଳରେ ଭାନୋବାଈଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତଦେହ ନିକଟରେ ବାଘର ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭାନୋବାଈଙ୍କୁ ବାଘ ଆକ୍ରମଣ କରିଥିବା ଦେଖିଛନ୍ତି। ବାଘକୁ ଦେଖି ସେମାନେ ପଳାଇ ଯାଇଥିଲେ। ଏପରିକି ବାଘ ଗର୍ଜୁଥିବା ଶୁଣିବାକୁ ମିଳୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉକ୍ତ ଜଙ୍ଗଲଟି ଅଭୟାରଣ୍ୟ ଅଞ୍ଚଳ ଓ ନକ୍ସଲ ପ୍ରବଣ ହୋଇଥିବାରୁ ଗୁରୁବାର ସୁନାବେଡା ଅଭୟାରଣ୍ୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0