spot_img

କର୍ଲାପାଟ ଅଭୟାରଣ୍ୟରେ ପୁଣି ମାଈ ହାତୀର ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡିଠାରେ ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଗତ ୧୦ ଦିନ ମଧ୍ୟରେ ଏହା ତୃତୀୟ ହାତୀ ମୃତ୍ୟୁ ଘଟଣା । ପୂର୍ବରୁ ଉଦ୍ଧାର ୨ ଗୋଟି ମାଈ ହାତୀର ମୃତ୍ୟୁ କାରଣ ସେପ୍ଟିସେମିଆ ହୋଇଥିବା ବେଳେ ତୃତୀୟ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ। ଅଭୟାରଣ୍ୟ ଘୁଷୁରିଗୁଡ଼ିଆ ନିକଟରେ ଏକ ମାଈ ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି । ବନ ବିଭାଗ ଟିମ ମୃତ ହାତୀର ବ୍ୟବଚ୍ଛେଦ କଲା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ତାହା ଜଣାପଡିବ । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular