ଜଗତସିଂହପୁର: ଆଜି ସକାଳ ପ୍ରାୟ ୭ଟା ବେଳେ ଯୋଗଧରି ନୂଆ ବସଷ୍ଟାଣ୍ଡ ନିକଟରେ ବସ ଧକ୍କା ଖାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ନାଉଗାଁରୁ ଆସୁଥିବା ଯାତ୍ରୀବାହୀ ଘରୋଇ ବସ ‘ସାଇ କିଷନ’ ଉକ୍ତ ଯୁବକଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ତାଙ୍କର ମୁଣ୍ଡ ଦୁଇଫାଳ ହୋଇଯିବାରୁ ଦୁର୍ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିଲେ ମଧ୍ୟ ହଠାତ ତାଙ୍କର ପରିଚୟ ମିଳିପାରି ନାହିଁ। ଆଜି ସକାଳୁ ଖୁବ କୁହୁଡ଼ି ପଡୁଥିବା କାରଣରୁ ରାସ୍ତାଘାଟ ପ୍ରାୟ ଦିଶୁ ନ ଥିଲା। ସେହି କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏଭଳି ଅଭାବନୀୟ ଘଟଣାରେ ଉତ୍ତେଜିତ ହୋଇ ସ୍ଥାନୀୟ ଲୋକେ ସମ୍ପ୍ରତି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଥିଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି। ଖବର ପାଇ ଜଗତ୍ସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଛନ୍ତି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0