spot_img

ଟ୍ୱିଟରକୁ ଟକ୍କର ଦେଉଛି ସ୍ୱଦେଶୀ ଆପ୍ ‘koo’ , ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ : ଚିନ ଆପ୍ଲିକେଶନ ତଥା ଟ୍ୱିଟର, ହ୍ୱାଟସାପ୍ ଓ ଫେସବୁକ ଡ଼ାଟାକୁ ନେଇ ବାରମ୍ବାର ବାରମ୍ବାର ବିବାଦ ଲାଗିରହିଛି । ବର୍ତ୍ତମାନ ଭାରତରେ ଡ଼ାଟାକୁ ନେଇ କୌଣସି ନିୟମ କାନୁନ ହୋଇନାହିଁ । ଦେଖିବାକୁଗଲେ ଦେଶରେ ଏବେ ବିଦେଶୀ ସୋଶିଆଲ ମିଡ଼ିଆକୁ ପୁନଃସ୍ଥାପନ କରି ତାର ବିକଳ୍ପ ଆପ ଗୁଡିକୁ ପ୍ଲେ ଷ୍ଟୋରରେ ଖୋଜାଚାଲିଛି । ଲୋକପ୍ରିୟ ଆପ ଟ୍ୱିଟରକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବା ବେଳେ ଭାରତ ଦ୍ୱାରା ନିର୍ମିତ ମାଇକ୍ରୋବ୍ଲଗିଂ ଆପ୍ koo ଭରପୁୁର ଲାଭ ଉଠାଉଛି । ଏହି ଆପ୍ ବେଶ ଲୋକପ୍ରିୟତା ହାସଲ କରିବାରେ ଲାଗିଛିି । ଟ୍ୱିଟରରେ ଯେଉଁ ସବୁ ସୁବିଧା ଅଛି ଏଥିରେ ମଧ୍ୟ ସେହି ସୁବିଧା ଗୁଡ଼ିକ ରହିଛି ।

ଭାରତୀୟ ନେତା ମନ୍ତ୍ରୀମାନେ ମଧ୍ୟ ଏହି ଅପ୍ ଅ।ପଣେଇବାରେ ଲାଗିଛନ୍ତି । ଏହା ପରଠାରୁ ‘କୁ’ ର ୟୁଜର୍ସଙ୍କ ସଂଖ୍ୟା ତୀବ୍ର ଭାବେ ବଢ଼ିବାରେ ଲାଗିଛି । ମନ୍ତ୍ରାଳୟ ଟ୍ୱିଟରରୁ ଅନେକ କଥିତ ବିବାଦୀୟ ତଥ୍ୟକୁ ପ୍ରତ୍ୟାହୃତ ପାଇଁ ଅଦେଶ ଦେଇଥିଲେ । ସେପଟେ ପୀୟୁଷ ଗୋୟଲ ଭଳି କିଛି ମନ୍ତ୍ରୀ ଲୋକଙ୍କୁ ‘କୁ’ ର ବ୍ୟବହାର ପାଇଁ ଅପିଲ କରିଛନ୍ତି । ଯାହା ଫଳରେ ‘କୁ’ ର ୟୁଜର୍ସ ବୃଦ୍ଧି ଦେଖିବାକୁ ମିଳିଛି ।

‘କୁ’ ଆପରେ କ’ଣ କ’ଣ ରହିଛି ସୁବିଧା ?
ଏହି ଆପ୍ ପୁରା ଟ୍ୱିଟର ପରିି । ‘କୁ’ ଆପରେ ଆପଣ ସମସ୍ତଙ୍କୁ ଫଲୋ କରିପାରିବେ ଏବଂ ଅପଣଙ୍କୁ ମଧ୍ୟ ସମସ୍ତେ ଫଲୋ କରିପାରିବେ । ଏଥିରେ ମେସେଜ ଲେଖିକି ସେୟର ମଧ୍ୟ କରିପାରିବେ । ଆପଣଙ୍କ ପାଖରେ ଫଟୋ ଓ ଭିଡ଼ିଓ ସେୟାରର ବାଛିବାର ସୁବିଧା ରହିବ । ଏଥିରେ ଗୋଟିଏ ଖାସ୍ କଥା ରହିଛି koo ଆପରେ ଇଂରାଜୀ ଭାଷା ସହ କନ୍ନଡ଼ , ତାମିଲ , ତେଲୁଗୁ ଭାଷାବି ସପୋର୍ଟ କରୁଛି । ଏହା ଦ୍ୱାରା ୟୁଜର୍ସ ତାଙ୍କ ନିଜ ଭାଷାରେ କିଛି ଲେଖି ‘କୁ’ ଆପ୍ ସେୟାର କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular