ମୁମ୍ବାଇ:ବିବାଦରେ ଛନ୍ଦି ହୋଇଛନ୍ତି ଭାରତୀୟ ଗାୟିକା, ନାୟିକା ତଥା ନୃତ୍ୟଶିଳ୍ପୀ ସପନା ଚୌଧୁରୀ। ତାଙ୍କ ବିରୋଧରେ ଏକ ସିନେମା କମ୍ପାନି ଟଙ୍କା ହଡ଼ପ ଅଭିଯୋଗ ଆଣି ମାମଲା ରୁଜୁ କରିଛି। କମ୍ପାନି ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଦିଲ୍ଳୀ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ସେ କମ୍ପାନିର ଚୁକ୍ତି ଉଲ୍ଲଂଘନ କରି ୩.୫ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ପି ଆଣ୍ଡ ଏମ ମୁଭିଜ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପୱନ ଚାୱଲା ସପନାଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଏଫଆଇଆରରେ ସପନାଙ୍କ ବ୍ୟତୀତ ତାଙ୍କ ପରିବାରଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ, ସପନା ଏକ ମଞ୍ଚ କାର୍ୟ୍ୟକ୍ରମ ପାଇଁ କମ୍ପାନିଠାରୁ ଟଙ୍କା ନେଇଥିଲେ। ମାତ୍ର ସେ ମଞ୍ଚରେ ନଜର ଆସିଲେ ନାହିଁ କି ପରବର୍ତ୍ତୀ ମୁହୂର୍ତ୍ତରେ କମ୍ପାନିକୁ ଟଙ୍କା ବି ଫେରାଇଲେ ନାହିଁ। ଏହା ଛଡ଼ା ସେ ସ୍ବାସ୍ଥ୍ୟଗତ ସମସ୍ୟା ଓ ଗୃହ ଋଣ ନାଁ ନେଇ ଚାୱଲାଙ୍କଠାରୁ ଟଙ୍କା ନେଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଟଙ୍କା ମାଗିବାରୁ ସେ ଧମକ ଦେଇ ଫାଙ୍କି ଦେଇଥିବା ଜଣାପଡିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0