ନୂଆଦିଲ୍ଲୀ: ଆନ୍ଦୋଳନ ଅଧିକାରର ଅର୍ଥ ନୁହେଁ, ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ବିକ୍ଷୋଭ କରିବା। ଆଜି ଏଭଳି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟ ଗତବର୍ଷ ଯେଉଁ ରାୟ ଦେଇଥିଲେ, ସେଥିରେ କାଏମ ରହିଛନ୍ତି। ଶାହିନ ବାଗରେ ବିକ୍ଷୋଭକାରୀ ରାସ୍ତା ରୋକ କରି ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବାରୁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହା ବିରୋଧରେ ରିଭ୍ୟୁ ପିଟିସନ ଦାଏର କରାଯାଇଥିଲା। ଏହାକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଆଜି ଏଭଳି କଥା କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଲୋକମାନେ ସ୍ୱତଃସ୍ଫୂତ୍ତ ଭାବେ ଏକାଧିକ ଆନ୍ଦୋଳନକୁ ସମର୍ଥନ କରି ବିକ୍ଷୋଭ କରିପାରନ୍ତି। କିନ୍ତୁ ଦୀର୍ଘଦିନ ଧରି ଚାଲୁଥିବା ଆନ୍ଦୋଳନ କେବେ ହେଲେ ସର୍ବସାଧାରଣ ବ୍ୟବହାର କରୁଥିବା ରାସ୍ତା କିମ୍ବା ସ୍ଥାନରେ ହୋଇପାରିବ ନାହିଁ। ସର୍ବସାଧାରଣ ରାସ୍ତାକୁ ବନ୍ଦ କରି ଆନ୍ଦୋଳନକାରୀ କେବେ ହେଲେ ଅନ୍ୟମାନଙ୍କର ଅଧିକାରକୁ କ୍ଷୁଣ୍ଣ କରିପାରିବେ ନାହିଁ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କାଉଲ, ଜଷ୍ଟିସ ଅନିରୁଦ୍ଧା ବୋସ ଓ ଜଷ୍ଟିସ କ୍ରିଷ୍ଣା ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବିରୋଧ କରିବା ପାଇଁ ଆନ୍ଦୋଳନ ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଏହାକୁ ବ୍ୟବହାର କରି ଲୋକମାନେ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ନିଜ ଇଚ୍ଛାରେ ବିକ୍ଷୋଭ କରିପାରିବେ ନାହିଁ। ଆନ୍ଦୋଳନ କରିବା ପାଇଁ ଗୋଟିଏ ସୀମା ନିର୍ଦ୍ଦାରଣ ହୋଇଛି ଓ ଏହାକୁ ପାଳନ କରିବା ପାଇଁ ସମସ୍ତେ ବାଧ୍ୟ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0