spot_img

ଏପ୍ରିଲରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ : ଆସନ୍ତା ଏପ୍ରିଲ ମାସରେ ରୋହିତ ସେଟ୍ଟୀଙ୍କ ନିର୍ଦେଶନାରେ ନିର୍ମିତ ପିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାକୁ ଯାଉଛି । ଗତବର୍ଷ ଏପ୍ରିଲ ୨ ତାରିଖରେ ଏହି ଫିଲ୍ମଟି ରିଲିଜ ହେବାର ଥିଲା । କିନ୍ତୁ ବିଶ୍ୱ ମହାମାରୀ କୋଭିଡ଼-୧୯ ଯୋଗୁଁ ପୁରା ଦେଶରେ ଲକଡ଼ାଉନ ହୋଇଥିଲା । ଯାହାଫଳରେ , ଫିଲ୍ମଟି ରିଲିଜ ହୋଇପାରିନଥିଲା । ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ମୁଖ୍ୟ ଭୂମିକାରେ ଖିଲାଡ଼ୀ ଅକ୍ଷୟ କୁମାର ଓ କ୍ୟାଟରିନା କୈଫ ଏକାସହ ନଜର ଆସିବେ । ଏହି ସିନେମାରେ ରୋହିତ ପୁଣି ଥରେ ପୋଲିସମାନଙ୍କ ଜୀବନୀ ଉପରେ ଏକ ନୂଆ କାହାଣୀ ନେଇ ଅସୁଛନ୍ତି । ସୂଚନା ଅନୁସାରେ , ଫିଲ୍ମରେ ଅକ୍ଷୟ ଏକ ଏଟିଏସ ଅଫିସର ଭୂମିକାରେ ନଜର ଆସିବେ । ଏଥିରେ ସିମ୍ବା , ସିଂଘମ ଓ ସୂର୍ଯ୍ୟବଂଶୀ ଏକା ସହ ଗୋଟିଏ ମିଶନ ଉପରେ କାମ କରିବାର ଦେଖାଯିବ ।

ଏକ ବିଶ୍ୱସ୍ତ ସୂତ୍ରରୁ କୁହାଯାଇଛି , ଅକ୍ଷୟଙ୍କ ଫିଲ୍ମଟିକୁ ଟିକେ ଅଲଗା ଢ଼ଙ୍ଗରେ ରିଲିଜ କରାଯିବ । ଫିଲ୍ମକୁ ପୁରା ଦେଶରେ ସିଙ୍ଗିଲ ସ୍କ୍ରିନ ଥିଏଟର ଓ ନନ୍ ନେସନାଲ ମଲ୍ଟିଫ୍ଲେକ୍ସରେ ରିଲିଜ କାରାଯିବ । ଏହା ଅର୍ଥ ଦେଶରେ କୌଣସି ବଡ଼ ମଲ୍ଟିଫ୍ଲେକ୍ସରେ ରିଲିଜ କରାଯିବ ନାହିଁ , କେବଳ ଛୋଟ ସିନେମା ହଲରେ ରିଲିଜ ହେବ । ବଲିଉଡ଼ ହଙ୍ଗୀମା ରିପୋର୍ଟ ମୁତାବକ , ରୋହିତଙ୍କ ଏହି ପିଲ୍ମ ଏପ୍ରିଲ ୨ ତାରିଖ , ୨୦୨୧ ଗୁଡ଼୍ ଫ୍ରାଇଡ଼େରେ ରିଲିଜ ହେବାର ଅଛି । ବର୍ତ୍ତମାନ ସିନେମା ନିର୍ମାତା ଥିଏଟର ମାଲିକଙ୍କ ସହ ଏହି ବାବଦରେ କଥାବର୍ତ୍ତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular