ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ନଜର ରଖିଥିବା ଘଟଣା ପଦାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ସୁରକ୍ଷା ଏଜେନ୍ସିଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ଫେବୃଆରୀ ୬ରେ ଜମ୍ମୁ-କଶ୍ମୀରର ଶୋପିଆନରୁ ଗିରଫ ହୋଇଥିବା ଆତଙ୍କବାଦୀ ହିତାୟତ ଉଲ୍ଲାହ ମାଲିକଙ୍କୁ ପଚରା ଉଚରା ସମୟରେ ଜୈଶ ଷଡଯନ୍ତ୍ର ସମ୍ପର୍କରେ ଜଣାପଡିଛି । ଅନ୍ୟପଟେ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଜମାତ-ଏ-ଇସ୍ଲାମୀ, ଲଶ୍କର-ଇ-ତୋଏବା, ହିଜିବୁଲ ମୁଜାହିଦ୍ଦିନ ଆସି ସଂଙ୍ଗଠନ ସଦସ୍ୟଙ୍କୁ ଆବଶ୍ୟକ ତାଲିମ ଯୋଗାଇ ଦେଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0