spot_img

ବିଜେପି ତରଫରୁ ଆଠମଲ୍ଲିକରେ ଚକା ଜାମ ଆନ୍ଦୋଳନ

ଅନୁଗୁଳ : ଅନୁଗୁଳ ଜିଲ୍ଳା ଆଠମଲ୍ଲିକ ଠାରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ଚକା ଜାମ ଆନ୍ଦୋଳନ ଡକାଯାଇଥିଲା । ଭାରତୀୟ ଜନତା ପାର୍ଟି ତରଫରୁ ସମ୍ପୁର୍ଣ୍ଣ ଓଡିଶା ପଶ୍ଚିମାଞ୍ଚଳକୁ ଦିନ ୧୦ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶାନ୍ତିପୁର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଥିଲା । ମଣ୍ଡିରୁ ଧାନ ଉଠାଇବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ଯଦି ରାଜ୍ୟ ସରକାର କିଛି ବି ପଦକ୍ଷେପ ନ ନିଅନ୍ତି ତାହେଲେ ସାରା ଓଡିଶାରେ ଆଗକୁ ଚକାଜାମର ଆନ୍ଦୋଳନ ହେବବୋଲି ଚେତାବନୀ ଦିଆଯାଇଛି । ଏଥିରେ ବିଜେପିର ବରିଷ୍ଠ ନେତା ଭବାନୀ ପ୍ରସାଦ ଜୋତିଶରାୟ , ଆଠମଲ୍ଲିକ ନଗର ସଭାପତି ଅବନୀ ପ୍ରଧାନ ପ୍ରମୁଖ ବହୁ ବରିଷ୍ଠ ନେତା ଏବଂ ବିଜେପି କର୍ମୀ ଏହି ଆନ୍ଦୋଳନରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular