ଚନ୍ଦ୍ରଭାଗା: ଚଳିତମାସ ୧୮ ତାରିଖରେ ପଡୁଛି ମାଘସପ୍ତମୀ । ଚଳିତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ବିଶ୍ୱପ୍ରସିଦ୍ଧ ମାଘସପ୍ତମୀର ମେଳା ଓ ବୁଡ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଶନିବାର ଏନେଇ କୋଣାର୍କ ଏନଏସି କାର୍ଯ୍ୟାଳୟ ପରିସରରେ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ତିନି ଠାକୁର ଚନ୍ଦ୍ରଭାଗାରେ ରାତ୍ରି ୩.୩୦ ମିନିଟରେ ପହଞ୍ଚିବେ । ସେଠାରେ ଠାକୁରମାନଙ୍କ ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ କରାଯିବ । ଭୋର ୩.୧୫ ରୁ ୪ ଟା ମଧ୍ୟରେ ତିନି ଠାକୁରଙ୍କ ସ୍ନାନ ଓ ପୂଜାନୀତି ସମାପନ ହେବ । ଠାକୁରଙ୍କ ନୀତି ସମ୍ପନ୍ନ ପରେ ଠାକୁରଙ୍କ ସହିତ ଶୋଭାଯାତ୍ରାରେ ଯାଇ ତୀର୍ଥସ୍ନାନ ପାଇଁ ଅନୁମତି ପାଇଥିବା ସେବାୟତଙ୍କୁ ଭୋର ୪.୩୫ ମିନିଟରେ ତୀର୍ଥ ସ୍ନାନର ସୁଯୋଗ ଦିଆଯିବ। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ମାଘସପ୍ତମୀ ବୁଡ଼ ଲାଗି ସର୍ବାଧିକ ପାଞ୍ଚଶହ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି ।ଏହି ପାଞ୍ଚଶହ ଲୋକଙ୍କ ମଧ୍ୟରେ ସେବାୟତ, ପୁଲିସ, ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ତିନି ଠାକୁରଙ୍କ କର୍ତ୍ତା ଠାକୁରଙ୍କ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ପର୍ୟ୍ୟନ୍ତ ଯିବାଲାଗି ଅନୁମତି ରହିଛି । ସୂଚନା ଯୋଗ୍ୟ, ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ମାଘସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରଣୀ ସଂଲଗ୍ନ ଅଞ୍ଚଳରେ ୧୮ ଓ ୧୯ ତାରିଖ ଦୁଇଦିନ ବ୍ୟାପୀ ୧୪୪ ଧାରା ଜାରି ହେବ। ଏଥିସହିତ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକେ ଓ ଅଞ୍ଚଳ ବାହାର ଲୋକଙ୍କର ଚନ୍ଦ୍ରଭାଗା ପ୍ରବେଶ ଉପରେ କଟକଣା ଜାରି କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0