ଭୁବନେଶ୍ୱର: ଭୁବନେଶ୍ୱରରେ ଜାରି ରହିଛି କରୋନା ଟୀକାକରଣ । ପ୍ରଥମ ପର୍ୟ୍ୟାୟ ଟୀକାକରଣର ସମୟ ସୀମାକୁ ୨୫ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟର ଦ୍ୱିତୀୟ ଡୋଜ ଟୀକାକରଣ । ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ୟ୍ୟାୟ ଭ୍ୟାକ୍ସିନେସନ । ପ୍ରଥମ ଦିନରେ ୬ଟି ଟିକାଦାନ କେନ୍ଦ୍ରରେ ଟିକା ନେଇଥିଲେ ୬୧୨ ଜଣ ସ୍ୱାସ୍ଥ୍ୟକର୍ମୀ । ଆଜିଠାରୁ ଆରମ୍ଭ ହୋଇଛି ୬ଟି କେନ୍ଦ୍ରରେ ଦ୍ୱିତୀୟ ଡୋଜ ଟୀକାକରଣ । ୬୧୨ଜଣଙ୍କୁ ଦିଆଯିବ ପ୍ରଥମ ପର୍ୟ୍ୟାୟର ଦ୍ୱିତୀୟ ଡୋଜ ଟୀକା । ଭୁବନେଶ୍ୱର ମହନଗରରେ ଦିଆଯାଉଛି କୋଭକ୍ସିନ। କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ହସ୍ପିଟାଲ, କିମ୍ସ, ସମ, ବିଏମସି ହସ୍ପିଟାଲ ପୁରୁଣା ଭୁବନେଶ୍ୱର ଆଦି କେନ୍ଦ୍ରରେ ଦିଆଯାଉଛି ଟୀକା । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0