spot_img

‘ଓଡିଶା ବନ୍ଦ’ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ଯାତ୍ରୀ

ଭୁବନେଶ୍ୱର: କଂଗ୍ରେସର ବନ୍ଦ ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି ବସଷ୍ଟାଣ୍ଡରେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି । ସେପଟେ, ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ଲୋକମାନ୍ୟ ତିଲକ ଟ୍ରେନକୁ ଅଟକାଇଥିଲେ । ଆରପିଏଫ କଥା ନମାନି ଷ୍ଟେସନରେ ଟ୍ରାକ ଉପରେ ଛିଡା ହୋଇଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହ କଂଗ୍ରେସ କର୍ମୀମାନେ ଷ୍ଟେସନ ଭିତରକୁ ପଶିବା ସହ ରେଳ ଧାରଣା ଉପରେ ଛିଡା ହୋଇ ପ୍ରତିବାଦ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular