ପଦ୍ମପୁର : ମଣ୍ଡିରୁ ପଡି ରହିଛି ଧାନ ଗଦା । ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ମଣ୍ଡିରୁ ଧାନ ଉଠୁନଥିବାରୁ କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ ।ପଦ୍ମପୁର ଉପଖଣ୍ଡ ଲଖମରା ମଣ୍ଡିରେ ଚାଷୀ ଯୁଧିଷ୍ଠର ସର୍ବ ସମ୍ମୁଖରେ ନିଜ ଧାନରେ ନିଆଁ ଲଗାଇଦେବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡି ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତହସିଲଦାର, ଯୋଗାଣ ଅଧିକାରୀ ଓ କୃଷି ବିଭାଗର ଅଧିକାରୀମାନେ ତଦାରଖ ପାଇଁ ଆସିଥିବା ବେଳେ ଚାଷୀ ଜଣକ ତାଙ୍କ ଗାଡ଼ି ଆଗରେ ଶୋଇ ପଡିଥିଲେ । ଗତ ୩ମାସ ହେବ ମଣ୍ଡିରେ ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଅଛନ୍ତି ଯୁଧିଷ୍ଠିର ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0