ଉତ୍ତରାଖଣ୍ଡ ଜଳ ପ୍ରଳୟ ଘଟଣା । ଦୁଇଟି ସ୍ଥାନରୁ ୧୫ ଟି ଶବ ଉଦ୍ଧାର ହୋଇଛି । ତପୋବନ ସୁଡ଼ଙ୍ଗରୁ ୮ଟି ଶବ ଉଦ୍ଧାର ହୋଇଥିବାବେଳେ ରାଇନୀ ଅଞ୍ଚଳରୁ ୭ଟି ଶବ ଉଦ୍ଧାର କରିଛି ଏନଡିଆରଏଫ । ତେବେ ଜୋଶୀମଠ ଜଳପ୍ରଳୟ ପରେ ୯ ଦିନ ପରେ ବି ଚାଲିଛି ଉଦ୍ଧାର କାର୍ୟ୍ୟ । ଏଯାବତ୍ ୫୩ଟି ଶବ ମିଳିଥିବାବେଳେ ୧୭୯ ଜଣ ନିଖୋଜ ଥିବା ଜୋଶୀମଠ ଥାନାରେ ମାମଲା ଦାୟର ହୋଇଛି । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ସଂଘଟିତ ହିମପ୍ରବାହ ବିଭୀଷିକାର ଆଜି ନବମ ଦିନରେ କାଦୁଅ ପଥରରେ ପୋତି ହୋଇ ରହିଥିବା ତପୋବନ ଜଳବିଦ୍ୟୁତ୍ କେନ୍ଦ୍ରର ଅବରୁଦ୍ଧ ଭଗ୍ନ ସୁଡ଼ଙ୍ଗ ଭିତରୁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସୁଡ଼ଙ୍ଗରେ ଫସିଥିବା ବିପନ୍ନଙ୍କ ମଧ୍ୟରୁ କେତେକଙ୍କୁ ଜୀବନ୍ତ ଉଦ୍ଧାର କରିବା ଆଶା ବଳବତ୍ତର ରହିଛି । ଆଜି ୧୫ ଜଣଙ୍କ ଶବ ଉଦ୍ଧାର ପରେ ଉଦ୍ଧାର କାର୍ୟ୍ୟ ଆହୁରି ବ୍ୟାପକ ହୋଇଛି । ଆଇଟିବିପିର ୫ ଶହ ଯବାନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି । ଏହି ମୁଖ୍ୟ ସୁଡ଼ଙ୍ଗର ୧୨ ଫୁଟ ତଳେ ରହିଥିବା ଏକ ଛୋଟ ସୁଡ଼ଙ୍ଗକୁ ବାଟ ଖୋଳି ସେହି ରାସ୍ତାରେ ଉଦ୍ଧାରକାରୀ ଦଳ ଭିତରେ ପଶିଛନ୍ତି । ଏହି ଦୁର୍ବିପାକରେ ଅଦ୍ୟାବଧି ୫୩ଟି ଶବ ଉଦ୍ଧାର ହୋଇଥିବା ବେଳେ ୧୭୯ ଜଣ ନିଖୋଜ ଅଛନ୍ତି । ଉକ୍ତ ସୁଡ଼ଙ୍ଗ ଭିତରେ ଫସିଥିବା ଅତି କମ୍ରେ ୧୫ ଜଣଙ୍କ ଜୀବିତ ଥାଇପାରନ୍ତି ବୋଲି ଆଶା କରାଯାଉଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0