spot_img

ହାଜତ ଭିତରେ ହାତ ଓ ବେକ କାଟିଦେଲା ଅଭିଯୁକ୍ତ

ପୁରୀ : ହାଜତ ଭିତରେ ନିଜ ହାତ ଓ ବେକ କାଟି ଦେଲା ଅଭିଯୁକ୍ତ । ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତର ପରିଚୟ ପୋଲିସ ସ୍ପଷ୍ଟ କରିନଥିବା ଜଣାପଡିଛି । ରବିବାର ରାତିରେ ଏକ ଡକାୟତି ମାମଲାରେ ତାଳବଣିଆ ଥାନା ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ କରିଥିଲା । ତେବେ ସେମାନଙ୍କ ମଧ୍ୟ ଜଣେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ହାଜତ ଭିତରେ ନିଜ ହାତ ଓ ବେକ କାଟି ଦେଇଥିଲା ଅଭିଯୁକ୍ତ । ଫଳରେ ଅଭିଯୁକ୍ତକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହାଜତ ଭିତରେ କିଭଳି ଧାରୁଆ ଅସ୍ତ୍ର ପହଞ୍ଚିଲା ? ପୋଲିସ ହାଜତରେ ରହି ଜଣେ ଅଭିଯୁକ୍ତ କିଭଳି ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛି ତାର ତଦନ୍ତ ହେବା ଆବଶ୍ୟକ । ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular