spot_img

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି । ଆଜି ଗୁଜୁରାଟର ଭରୋଦରାଠାରେ ଅନୁଷ୍ଠିତ ହେଉଥିବା ସଭାରେ ଭାଷଣ ଦେବା ବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ହଠାତ ଖସିପଡିଥିଲେ । ମୁଖ୍ୟମନ୍ତ୍ରୀ ଖସିପଡ଼ିବା ବେଳେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରିପକାଇଥିଲେ । ମଞ୍ଚରେ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ତେବେ ଏହାପରେ ତାଙ୍କୁ ଅହମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି । ଭରୋଦରାର ନିଜାମାପୁରା ଅଞ୍ଚଳରେ ପୌର ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଯାଇଥିଲେ । ଆଜି ତାଙ୍କର ୩ଟି ଜନସଭା ଥିଲା । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଏହା ସତ୍ତ୍ବେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ଗୁଜୁରାଟରେ ଆସନ୍ତା ୨୧ ତାରିଖରେ ୬ଟି ପୌର ନିଗମ ପାଇଁ ନିର୍ବାଚନ ହେବ । ପରେ ରାଜ୍ୟର ଅନ୍ୟ ମୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular