ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜ ସ୍ଥିତିକୁ ସୁଦୃଢ କରି ନେଇଛି । ଇଂଲଣ୍ଡ ନିଜ ପ୍ରଥମ ଇନିଂସରେ ୧୩୪ରନରେ ଅଲଆଉଟ ହେବା ପରେ ଭାରତ ୨ୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ କରି ୨୪୯ ରନରେ ଅଗ୍ରଣୀ ହୋଇପାରିଛି । ରୋହିତ ଶର୍ମା ୨୫ ଓ ଚେତେଶ୍ବର ପୂଜାରା ୭ ରନ କରି ଅପରାଜିତ ଅଛନ୍ତି । ଶୁଭମନ ଗିଲ ୧୪ ରନ କରି ଆଉଟ ହୋଇଛନ୍ତି ।ଭାରତ ନିଜର ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୩୪ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂର ସମ୍ମୁଖୀନ ହୋଇପାରିନଥିଲେ । ସ୍ପିନର ଆର. ଅଶ୍ବୀନ ୪୩ ରନ ଦେଇ ୫ ଓ୍ବିକେଟ ନେଇଥିଲେ । ସେହିପରି ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଫଳରେ ଭାରତ ପ୍ରଥମ ଇନିଂସରେ ୧୯୫ରନରେ ଅଗ୍ରଣୀ ରହିଛି ।ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଥିଲା । ଫଳରେ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ଅଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0