spot_img

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

ନୀଳଗିରି: ବାଲେଶ୍ୱ ଜିଲ୍ଲା ସଜନାଗଡ଼ ପଞ୍ଚାୟତ ନୂଆସାହି ଗାଁ ଭାଲୁ ଆକ୍ରମଣ । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସଜନାଗଡ଼ ପଞ୍ଚାୟତ ନୂଆସାହି ଗାଁର ଓ୍ୱାର୍ଡ ସଭ୍ୟ ସୋମନାଥ ଖଣ୍ଡେଇ ଆଜି ଜାଳେଣି ପତ୍ର ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ତେବେ ଜଙ୍ଗଲରେ ପତ୍ର ସଂଗ୍ରହ କରିବା ବେଳେ ବୁଦାମୂଳରେ ଲୁଚିଥିବା ଭାଲୁଟି ଆକ୍ରମଣ କରିଥିଲା । ଭାଲୁଟି ସୋମନାଥଙ୍କ ଜଙ୍ଘକୁ କାମୁଡି ଲହୁଲୁହାଣ କରିଦେଇଛି । ଏପରିକି ସୋମନାଥଙ୍କୁ ମୁହଁକୁ ଆକ୍ରମଣ କରିବା ସମୟରେ , ତାଙ୍କ ହାତରେ ଥିବା କଟୁରୀରେ ଭାଲୁର ମୁହଁକୁ ଆକ୍ରମଣ କରିଥିଲେ । ଯାହାଫଳରେ ଭାଲୁଟି ସ୍ଥାନ ଛାଡି ପଳାଇଥିଲା । ଏହାପରେ ସୋମନାଥଙ୍କୁ ଉଦ୍ଧାର କରି ନୀଳଗିରି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular