ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଛି ତୈଳ ଦର। ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପରେ ଗ୍ରାହକଙ୍କୁ ଲାଗିଛି ଆଉ ଏକ ଝଟକା। ଆଜି ସକଳୁ ପୁଣି ପେଟ୍ରୋଲ ୨୬ ପଇସା ଓ ଡିଜେଲ ଦରରେ ୨୯ ପଇସା ବୃଦ୍ଧି ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା୯୯ ପଇସାରେ ପହଁଚିଛି। ସେହିପରି ଡିଜେଲ ଦର ୭୯ଟଙ୍କା ୩୫ ପଇସା ପ୍ରତି ଲିଟର ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୫.୪୬ ଏବଂ ଡିଜେଲ ୮୬.୩୪ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୯୦.୨୫ ଓ ଡିଜେଲ ୮୨.୯୪ଟଙ୍କା ହୋଇଛି, ଚେନ୍ନାଇରେ ପେଟ୍ରୋଲ ୯୧.୧୯ ଓ ଡିଜେଲ ୮୪.୪୪ଟଙ୍କା ରହିଛି। ଲଗାତର ଆଜି ଅଷ୍ଟମ ଦିନ ପାଇଁ ତୈଳ ଦର ବୃଦ୍ଧି ହୋଇଛି। ଯେଉଁ ଭଳି ଭାବେ ଗ୍ୟାସ୍ ଏବଂ ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି, ଏହାକୁ ଦେଖି ସାଧାରଣରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0