ନୂଆଦିଲ୍ଲୀ: ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଭାରତରେ ପ୍ରାଇଭେସି ପଲିସି ବେଶ ଖରାପ। ବ୍ୟକ୍ତିଙ୍କ ଗୋପନୀୟତାର ସୁରକ୍ଷା କରିବା ନ୍ୟାୟପାଳିକାର କର୍ତ୍ତବ୍ୟ। ଏଭଳି ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପ୍କୁ ନୋଟିସ କରିଛନ୍ତି। ସୁପ୍ରିମକୋର୍ଟ ହ୍ୱାଟସଆପ୍କୁ କହିଛନ୍ତି, ଆପଣ ୨-୩ ଟ୍ରିଲିଅନର କମ୍ପାନୀ ହୋଇଥାଇ ପାରନ୍ତି। କିନ୍ତୁ ଲୋକଙ୍କ ଗୋପନୀୟତା ସେମାନଙ୍କ ପାଇଁ ସବୁଠାରୁ ଅଧିକ ମୂଲ୍ୟବାନ। ଆମର କର୍ତ୍ତବ୍ୟ ହେଲା ଲୋକଙ୍କ ଗୋପନୀୟତା ରକ୍ଷା କରିବା। ନୋଟିସ୍ରେ ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଲୋକମାନେ ସେମାନଙ୍କ ଗୋପନୀୟତା କ୍ଷୁଣ୍ଣ ହେଉଛି ବୋଲି ଚିନ୍ତିତ ଅଛନ୍ତି। ସେମାନେ ଭାବୁଛନ୍ତି ସେମାନଙ୍କ ତଥ୍ୟ ଓ ଚ୍ୟାଟ ଅନ୍ୟମାନଙ୍କୁ ଲିକ୍ କରାଯାଉଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0