ରାଉରକେଲା : ରାଉରକେଲାରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ମହାନିର୍ଦେଶକ ଉଷା ପାଢ଼ୀ। ରାଉରକେଲା ଏୟାରଷ୍ଟ୍ରିପ ପରିଦର୍ଶନ ସହ ଆରଏସପି ସିଇଓ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ପରେ ରାଉରକେଲାରୁ ଖୁବଶୀଘ୍ର ବାଣିଜ୍ୟିକ ଭିତ୍ତିରେ ବିମାନ ଚଳାଚଳ କରିବା ନେଇ ଆଶା ସଞ୍ଚାର ହୋଇଛି। କେନ୍ଦ୍ର ସରକାରଙ୍କ ଉଡାନ-୪ ଯୋଜନାରେ ସାମିଲ ହେବା ସତ୍ତ୍ୱେ କେତେକ ବୈଷୟିକ ସମସ୍ୟା କାରଣରୁ ଏପର୍ୟ୍ୟନ୍ତ ରାଉରକେଲାରୁ ବିମାନ ଉଡ଼ିବା ସମ୍ଭବ ହୋଇପାରି ନାହିଁ। ଅତୀତରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ନେତୃତ୍ୱରେ ଉଚ୍ଚ କ୍ଷମତାସମ୍ପନ୍ନ ଟିମ୍ ଦୁଇଦୁଇ ଥର ବିମାନ ବନ୍ଦରର ଭିତ୍ତିଭୂମି ପରିଦର୍ଶନ କରି ସାରିଛନ୍ତି। ସମ୍ପ୍ରତି ୨-ବି ଲାଇସେନ୍ସପ୍ରାପ୍ତ ଏହି ବିମାନ ବନ୍ଦରରୁ କେବଳ ୯ ସିଟ ବିଶିଷ୍ଟ ବିମାନ ଉଡ଼ିବାପାଇଁ ଅନୁମତି ରହିଛି। ତେବେ ଉଡାନ ଯୋଜନାରେ ସାମିଲ ହେବାପରେ ଏଠାରୁ ୭୨ ସିଟ ବିଶିଷ୍ଟ ବିମାନ ଉଡ଼ିବ। ସେଥିପାଇଁ ରନୱେ ସମ୍ପ୍ରସାରଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସାଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0