ଭୁବନେଶ୍ବର: ଏକାମ୍ରକ୍ଷେତ୍ର ପାଇଁ ଏନଏମଏ ଚିଠା ବାଇ-ଲ ପ୍ରତ୍ୟାହାର ନେଇ ଜୋରଦାର ହେବାକୁ ଯାଉଛି ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଆସନ୍ତାକାଲି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ ହୋଇ ପ୍ରତିବାଦ କରାଯିବ । ସକାଳ ୧୦ଟାରୁ ଏହି ପ୍ରତିବାଦ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ସେବାୟତ କମିଟି । ଏହି ଚିଠା ବାଇ-ଲ’ ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବ । ତେଣୁ ଜାତୀୟ ସ୍ମାରକୀ ପ୍ରାଧିକରଣର ଏହି ନିଷ୍ପତିକୁ ବିରୋଧ କରୁଛୁ । ଯାହାକୁ ନେଇ ଆସନ୍ତାକାଲି ଘଣ୍ଟ ଘଣ୍ଟାମାଡ ଜରିଆରେ ବିରୋଧ କରାଯିବା ନେଇ ନିଷ୍ପତି ନେଇଛି ନିଖିଳ ଓଡ଼ିଶା ସେବାୟତ କମିଟି । ଏହି ଉପନିୟମ ଦ୍ବାରା ଭୁବନେଶ୍ବରର ୨ମନ୍ଦିର ପ୍ରଭାବିତ ହେବ । ସେହିପରି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ମଧ୍ୟ ବାଇ-ଲ’ ଦ୍ବାରା ପ୍ରଭାବିତ ହେବ । ସେପଟେ ଚିଠା ବାଇ-ଲ’ କୁ ପ୍ରତ୍ୟାହାର ନେଇ ପ୍ରତିବାଦ କରୁଛନ୍ତି ରାଜଧାନୀବାସୀ । ସେପଟେ ସେବାୟତ ମଧ୍ୟ ଚିଠା ବାଇ-ଲ’କୁ ଦୃଢ଼ ବିରୋଧ କରିଛନ୍ତି । ତୁରନ୍ତ ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି । ବିବାଦୀୟ ବାଇ ଲ’କୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ଗତକାଲି ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଦସ୍ତଖତ ଅଭିଯାନ କରିଛି। ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ପ୍ରତିବାଦ କରିବା ସହ ରାଜଧାନୀ ବାସୀ ଏହାର ପ୍ରତିବାଦରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0